ଏହି ସ୍ଥାନରେ ୨୦୦ଟଙ୍କାରେ ପିଲାଙ୍କୁ ବିକି ଦିଅନ୍ତି ବାପା,ମାଆ : କିଣୁଥବା ଲୋକେ କରନ୍ତି ଦୁଷ୍କର୍ମ

Published By : Prameya-News7 Bureau | January 19, 2020 IST

ବାପା,ମାଆମାନେ ୨୦୦ଟଙ୍କାରେ ନିଜ ପିଲାଙ୍କୁ ବିକି ଦେଉଛନ୍ତି। କିଣୁଥିବା ଲୋକେ ଏହି ପିଲାଙ୍କୁ ଦୁଷ୍କର୍ମ କରୁଛନ୍ତି। ଏହି ଘଟଣାଟି ହେଉଛି ଆଫ୍ରିକାର ଗାମ୍ବିଆର।

ସୂଚନା ଅନୁସାରେ ବ୍ରିଟେନର ଅଧିକାଂଶ ଲୋକ ତାଙ୍କ ପିଲାଙ୍କୁ ବିକ୍ରି କରି ଦେଇଥାଆନ୍ତି। ଆଫ୍ରିକାର ଦାରିଦ୍ର୍ୟ  ଏବଂ ଖରାପ ଅର୍ଥ ବ୍ୟବସ୍ଥାର ଫାଇଦା ଉଠାଇ ଲୋକେ ଏପରି କରୁଛନ୍ତି।

ବିଦେଶୀମାନେ ଛୁଟି କଟାଇବାକୁ ଆଫ୍ରିକା ଆସିଥାଆନ୍ତି। ଏଠାକୁ ଆସି ଖୋଲାଖୋଲି ପିଲାଙ୍କୁ କିଣି ଯୌନ ଶୋଷଣ କରିଥାଆନ୍ତି।

ଯାଞ୍ଚ ସମୟରେ ସମୁଦ୍ର ବେଳାଭୂମି ରିସୋର୍ଟରୁ ବିଦେଶୀଙ୍କ ସହ ଆଫ୍ରିକୀୟ ନାବାଳକ,ନାବାଳିକା ଉଦ୍ଧାର ହୋଇଥିଲେ। ଜଣେ ବୟସ୍କ ବ୍ୟକ୍ତି ଜଣେ ୮ବର୍ଷ ବୟସ୍କା ନାବାଳିକା ସହ ଲଞ୍ଚ କରୁଥିବାର ଏକ ସ୍ଥାନରେ ଦେଖାଯାଇଥିଲା।

ନିକଟରେ ଥୋମାସ୍ କୁକ୍ ନାମକ ଟ୍ରାଭେଲ୍ ଫର୍ମ ବନ୍ଦ ହୋଇଯାଇଥିଲା। ଫଳରେ ଗାମ୍ବିଆକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମିବାକୁ ଲାଗୁଛି। ଏହାର ପ୍ରଭାବ ଏହି ଦେଶର ଆର୍ଥିକ ଅବସ୍ଥା ଉପରେ ପଡ଼ୁଛି।

ମହିଳା ଏବଂ ପୁରୁଷ ପର୍ଯ୍ୟଟକ ଆଫ୍ରିକୀୟ ନାବାଳିକା ଶିଶୁଙ୍କୁ ଟାର୍ଗେଟ୍ କରୁଛନ୍ତି। ଅତ୍ୟନ୍ତ ଦାରିଦ୍ର୍ୟରେ ସଢ଼ୁଥିବା ବାପା ମାଆ ନିଜ ପିଲାଙ୍କୁ ପର ହାତରେ ବିକି ଦେଉଛନ୍ତି।

ଏହି ଦେଶରେ ସେକ୍ସ ଅତ୍ୟନ୍ତ ଶସ୍ତା। ଏଠାରେ ପିଲାଙ୍କୁ ୧୮୫ଟଙ୍କାରେ ବିକି ଦିଆଯାଉଛି। ଅନେକ ବାପା ମାଆ ପିଲାଙ୍କ ଯୌନ ଶୋଷଣ କଥା ଜାଣିଥାଆନ୍ତି ତଥାପି ସେମାନେ ଖାଦ୍ୟପେୟ ଜିନିଷ ଯୋଗାଡ଼ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.