ଜୁଆ ଆଡ୍ଡାରେ ଚଢାଉ : ୧୦ ଗିରଫ, ଟଙ୍କା ଓ ବାଇକ୍ ଜବତ

Published By : Prameya-News7 Bureau | September 30, 2020 IST

ସାନଖେମୁଣ୍ଡି, ୩୦ ।୦୯:  ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଜୁଆ ଖେଳ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି । ହିଞ୍ଜିଳି ଥାନା ଆଡ଼ପଡ଼ା ଗ୍ରାମ ଶ୍ମଶାନ ମଣ୍ଡପରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢାଉ କରିଛି ।

ବୁଧବାର ସନ୍ଧ୍ୟାରେ ଚଢାଉ କରି ପୋଲିସ ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୬୪ ହଜାର ୪ଶହ ଟଙ୍କା ସମେତ ୮ଟି ମୋବାଇଲ ଫୋନ ଓ ୨ଟି ମୋଟର ସାଇକେଲ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରଯାଇଛି । ଏହାର କେସ୍ ନଂ ହେଉଛି ୩୫୧/୨୦। ଗୁରୁବାର ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ହିଞ୍ଜିଳି ପୋଲିସ ପୋଚିଲିମା ଓ ରାଳବ ଦୁଇ ସ୍ଥାନରେ ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଚଢାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସ ୨୬ ଜଣଙ୍କୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୬୭ ହଜାର ୩ ଶହ ଟଙ୍କା ଜବତ କରିବା ସହ ୧୭ଟି ମୋବାଇଲ ଫୋନ ଓ ୧୨ ଟି ବାଇକ ଜବତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.