Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁଆ ଆଡ୍ଡାରେ ଚଢଉ, ୫ ଗିରଫ

15/09/2020 at 9:42 PM

ଖଲ୍ଲିକୋଟ, ୧୫|୦୯ :  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ ମଙ୍ଗଳବାର ଅପରାହ୍ନରେ ଏକ ଜୁଆ ଆଡ୍ଡା ଉପରେ ଚଢଉ କରିଛି । ଜୁଆ ଖେଳୁଥିବା ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ ମଧ୍ୟ କରିଛି ।

ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଖଲ୍ଲିକୋଟ ପୋଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ପୋଲିସ ୫ ଜଣକୁ ଗିରଫ କରିବା ସହ ନଗଦ ୨୨ହଜାର ୧୦୦ ଟଙ୍କା ଜବତ କରିଛି । ଏହାସହ ୪ଟି ମୋବାଇଲ ଫୋନ ଜବତ କରିଛି । ଆଗକୁ ଦଶହରା ଆସୁଥିବାରୁ ଜିଲ୍ଲାରେ ଅଧିକ ମାତ୍ରାରେ ଜୁଆ ଖେଳ ହୋଇଥାଏ । ତେଣୁ ଏହାକୁ ରୋକିବା ନେଇ ଗଞ୍ଜାମ ଏସପି ସମସ୍ତ ଥାନା ଅଧିକାରୀଙ୍କୁ କଡା ନିଦେଶ ଦେଇଛନ୍ତି ।

   Related Posts