ଜୁଆ ଆଡ୍ଡାରେ ଚଢାଉ : ୧୨ ଗିରଫ, ଲକ୍ଷାଧିକ ଟଙ୍କା ଜବତ

Published By : Prameya-News7 Bureau | October 06, 2020 IST

ବ୍ରହ୍ମପୁର, ୦୬ ।୧୦:   ଆଗକୁ ଦଶହରା ଥିବାରୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଖେଳ ବୃଦ୍ଧି ପାଉଛି । ପୋଲିସ ମଧ୍ୟ ଲଗାତର ଭାବେ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ କରି ଜୁଆଡିଙ୍କୁ ଗିରଫ କରୁଛି ।ମଙ୍ଗଳବାର ପୋଲିସ ବାଦି ଗାଁରେ ଚାଲଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା ।

 ବ୍ରହ୍ମପୁର ସଦର ପୋଲିସ୍ ପକ୍ଷରୁ ବାଦି ଗାଆଁରେ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଥିଲା । ସେଠାରୁ ୧୨ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଏକ ଲକ୍ଷ ଚାରି ହଜାର ଟଙ୍କା ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସଦର ଏସ୍ ଡି ପି ଓ।

ଗତ କିଛିଦିନ ତଳେ ହିଞ୍ଜିଳି ଥାନା ଆଡ଼ପଡ଼ା ଗ୍ରାମ ଶ୍ମଶାନ ମଣ୍ଡପରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା ପୋଲିସ । ଏହି ଘଟଣାରେ ପୋଲିସ ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୬୪ ହଜାର ୪ଶହ ଟଙ୍କା ସମେତ ୮ଟି ମୋବାଇଲ ଫୋନ ଓ ୨ଟି ମୋଟର ସାଇକେଲ ଜବତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.