Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଗଲଓ୍ବାନ ଘାଟିରେ ଭାରତ ତିଆରି କରିଥିବା ପୋଲ ଚୀନ ପାଇଁ ଟେନସନ୍ : ଲଦାଖ ସଂଘର୍ଷର ଏହା ହିଁ କାରଣ

19/06/2020 at 2:42 PM

ନୂଆଦିଲ୍ଲୀ ୧୯/୬: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ସେନାର ଇଞ୍ଜିନିୟର ୬୦ମିଟର ଲମ୍ବା ସେହି ପୋଲକୁ ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରି ସାରିଛନ୍ତି,ଯାହାକୁ ଚୀନ ରୋକିବାକୁ ଚାହୁଁଥିଲା। ଗଲଓ୍ବାନ ନଦୀ​‌ ଉପରେ ହୋଇଥିବା ଏହି ପୋଲରୁ ସମ୍ବେଦନଶୀଳ ସେକ୍ଟରରେ ଭାରତର ସ୍ଥିତି ଅତ୍ୟନ୍ତ ମଜବୁତ ହୋଇଯାଇଛି। ଏହି ପୋଲ ସାହାଯ୍ୟରେ ଏବେ ସୈନିକ ଆର ପଟକୁ ଯାଇ ପାରିବେ ଏବଂ ୨୫୫କିଲୋମିଟର ଲମ୍ବା ଷ୍ଟ୍ରାଟେଜିକ୍ ଡିବିଓ ରୋଡର ସୁରକ୍ଷା କରି ପାରିବେ। ଏହି ରାସ୍ତା ଦରବୁକରୁ ଦୌଲତମେଗ ଓଲଡିରେ ଭାରତର ଶେଷ ପୋଷ୍ଟ ଯାଏଁ ଯାଇଥାଏ,ଯାହା କାରାକୋରମ୍ ନିକଟରେ ଅବସ୍ଥିତ।

ଏହି ପୋଲ ଯୋଗୁଁ ଚୀନ ଏବେ ଚିନ୍ତାରେ ପଡ଼ି ଯାଇଛି,ମେ ମାସରେ ବହୁ ସଂଖ୍ୟାରେ ଚୀନ ଏଲଏସିରେ ଆସିବାର କାରଣ ମଧ୍ୟ ଏହି ପୋଲ ଯାହାକୁ ସେ ନିର୍ମାଣ ହେଉ ବୋଲି ଚାହୁଁନଥିଲା। କାରଣ ସେ ଜାଣିଛି ଯେ ଏହି ପୋଲରୁ ଏଠାରେ ଭାରତର ସ୍ଥିତି ଆହୁରି ମଜବୁତ ହୋଇଯାଇଛି।

ଏହି ପୋଲଟି ଗୁରୁବାର ରାତିରେ ନିର୍ମାଣ ହୋଇ ସାରିଛି। ଏଥିରୁ ଏହା ମଧ୍ୟ ଜଣା ପଡ଼ୁଛି ଯେ ସୀମାରେ ଫରମେସନ ଇଞ୍ଜିନିୟର୍ସ ଇନଫ୍ରାଷ୍ଟ୍ରକ୍ଚରକୁ ମଜବୁତ କରିବାରେ ଲାଗି ପଡ଼ିଛନ୍ତି ଏବଂ ପିଏଲଏ ତରଫରୁ କାମ ରୋକିବାକୁ ଶତଚେଷ୍ଟା ସତ୍ବେ ବର୍ଡ଼ର ରୋଡ ଓର୍ଗନାଇଜେସନର କାମ ଜାରି ରହିବ।

୪ବୃତ୍ତ ଖଣ୍ଡ ବିଶିଷ୍ଟ ଏହି ପୋଲ ଶ୍ୟୋକ ଏବଂ ଗଲଓ୍ବାନ ନଦୀର ସଙ୍ଗମରେ ୩କିଲୋମିଟର ପୂର୍ବରେ ହୋଇଛି। ପାଟ୍ରୋଲିଂ ପଏଣ୍ଟରେ ଜୁନ୍ ୧୫ତାରିଖରେ ଦୁଇ ସେନାଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏହା ଓ୍ବାଇ ଜଙ୍କସନର ପାଖରେ ରହିଛି,ଯେଉଁଠାରେ ଗଲଓ୍ବାନ ନଳା ମୁଖ୍ୟ ନଦୀ ସହ ମିଶିଥାଏ। ସୁଇ ନଦୀର ସଙ୍ଗମରେ ଭାରତୀୟ ସେନାଙ୍କ ବେସ୍ କ୍ୟାମ୍ପ ରହିଛି ଯାହାକୁ ୧୨୦କିମି କ୍ୟାମ୍ପ କୁହାଯାଇଥାଏ ଏବଂ ଏହା ଡିଏସଡିବିଓ  ରୋଡ ନିକଟରେ ଅବସ୍ଥିତ।

   Related Posts