ଚେତୁନି ଡ୍ରାଗନ ! ରକ୍ଷା ମନ୍ତ୍ରାଳୟଙ୍କ ସୂଚନା, LACରେ ବଢୁଛି ଗତିରୋଧ

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ ୬।୮:  ବିବାଦୀୟ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍‌ର ଆକ୍ରୋଶ ବଢିବାରେ ଲାଗିଛି। ଏଣୁ ଜାରି ଗତିରୋଧ ଦୀର୍ଘ ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ଏକ ଦସ୍ତାବେଜରୁ ସୂଚନା ମିଳିଛି। ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ  ୧୫ଜୁନ ଘଟଣା ପରେ ଉପୁଜିଥିବା ପରିସ୍ଥିତିରେ ଏବେବି କୌଣସି ପରିବର୍ତ୍ତନ ହୋଇନଥିବା ଏହି କାଗଜାତରୁ ଜଣାପଡିଛି। ଯେଉଁଥିରେ ଭାରତର ଅଧିକାରୀଙ୍କ ସମେତ ୨୦ ଜଣ ସୈନିକ ଶହିଦ ହୋଇଥିବା ବେଳେ ଚୀନର କେତେ ସଂଖ୍ୟକ ସୈନ୍ୟ ପ୍ରାଣ ହରାଇଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

{"id":310627,"sizeSlug":"large"}

ଗତ ଜୁନମାସରେ ପ୍ରତିରକ୍ଷା ବିଭାଗର ପ୍ରମୁଖ କାର୍ଯ୍ୟକଳାପରେ ତାଲିକାଭୁକ୍ତ ଏକ ସରକାରୀ ତଥ୍ୟରେ ମନ୍ତ୍ରାଳୟ କହିଛନ୍ତି ଯେ ମେ ୧୭ ଓ ୧୮ ତାରିଖରେ ଚୀନ୍ ପ୍ୟୁପିଲ୍ସ ଲିବରେସନ ଆର୍ମି (ସିପିଏଲଏ) କୁଗ୍ରାଙ୍ଗ ନାଲା, ଗୋଗ୍ରା ଓ ପାଙ୍ଗୋଙ୍ଗ ସୋର ଉତ୍ତର ଉପକୂଳରେ ଭାରତୀୟ ପାର୍ଶ୍ୱକୁ ପ୍ରବେଶ କରିଥିଲା। ଯାହାକୁ ମନ୍ତ୍ରାଳୟ ଅଗଷ୍ଟ ୪ ତାରିଖ ଦିନ ୱେବସାଇଟ୍‌ରେ ଅପଲୋଡ କରିଛନ୍ତି। ଏ ନେଇ ଉଭୟ ପକ୍ଷ ତୃଣମୂଳ ସ୍ତରରେ ଆଲୋଚନା ଜାରି ରଖିଥିବା ବେଳେ ଜୁନ ୬ ତାରିଖରେ କର୍ପସ କମାଣ୍ଡର ସ୍ତରୀୟ ଫ୍ଲାଗ ମିଟିଂ ମଧ୍ୟ ଅନୁଷ୍ଠିତ ହୋଇଥିଲା।

{"id":310628,"sizeSlug":"large"}

ଏହା ସତ୍ତ୍ୱେ ଜୁନ ୧୫ ତାରିଖରେ ଉଭୟପକ୍ଷ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିଛି। ଏହା କେବଳ ଜୁନମାସର କାଗଜପତ୍ରରେ ଦର୍ଶାଯାଇଛି। ତେବେ ପରବର୍ତ୍ତି ସାମରିକ ଆଲୋଚନା ଜାରି ରହିଥିବା ବେଳେ ସାମରିକ, କୁଟନୈତିକ ଆଲୋଚନା ମାଧ୍ୟମରେ ପାରସ୍ପରିକ ସହମତିରେ ପହଞ୍ଚିବା ଏବେବି ସମ୍ଭବ ହୋଇପାରୁ ନାହିଁ। ଏଣୁ ପୂର୍ବ ଲଦ୍ଦାଖରେ ଉପୁଜିଥିବା ପରିସ୍ଥିତିରେ କୌଣସି ସୁଧାର ହୋଇ ନଥିବା ବେଳେ ଏଠାରେ ଗତିରୋଧ ଆହୁରି ଆଗକୁ କିଛିକାଳ ଜାରି ରହିପାରେ ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.