Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

‘ନିରସ୍ତ୍ର ସୈନିକ’ ଉପରେ ସର୍ବଦଳୀୟ ବୈଠକରେ ରାହୁଲଙ୍କୁ ପାଠ ପଢାଇଲେ ଶରଦ ପାଓ୍ଵାର

19/06/2020 at 8:07 PM

ନୂଆଦିଲ୍ଲୀ ୧୯।୦୬: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଲଦାଖର ଗଲଓ୍ଵାନ ଘାଟିରେ ସୈନିକଙ୍କୁ ନିରସ୍ତ୍ର ଭାବେ ପଠାଇବା ବୟାନ ଉପରେ ସାଥୀ ଦଳରୁ ହିଁ ଉପଦେଶ ମିଳି ଯାଇଛି। ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଶିବସେନା ସହିତ ମିଶି ସରକାର ଚଳାଉଥିବା ରାଷ୍ଟ୍ରବାଦୀ କଂଗ୍ରେସ(ଏନସିପି)ର ସଭାପତି ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସର୍ବଦଳୀୟ ବୈଠକରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

ଦେଶର ପ୍ରତିରକ୍ଷା ମନ୍ତ୍ରୀ ରହି ସାରିଥିବା ଶରଦ ପାଓ୍ଵାର କହିଛନ୍ତି ଯେ, ସୈନିକ କେବେ ଏବଂ କେଉଁଠିକୁ ଅସ୍ତ୍ର ଶସ୍ତ୍ର ସହିତ ଯିବେ ଏବଂ କେଉଁଠି କି ଯିବେ ନାହିଁ, ଏହା ଅନ୍ତରାଷ୍ଟ୍ରୀୟ ରାଜିନାମା ଅନୁଯାୟୀ ସ୍ଥିର ହୋଇଥାଏ। ତେଣୁ ଏମିତି ସମ୍ବେଦନଶୀଳ ପ୍ରସଙ୍ଗରେ କିଛି କହିବା ଆଗରୁ ଲୋକଙ୍କୁ ସାବଧାନ ରହିବା ଉଚିତ୍ ବୋଲି ପାଓ୍ଵାର ବୈଠକରେ କହିଛନ୍ତି। ବଡ କଥା ଏହା ଯେ, ପାଓ୍ଵାର ନିଜେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରହି ସାରିଛନ୍ତି ଏବଂ ଯେତେବେଳେ ସେ ଏହା କହୁଥିଲେ, ସେହି ସମୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବୈଠକରେ ଥିଲେ।

କଣ କହିଥିଲେ ରାହୁଲ ଗାନ୍ଧୀ

କେରଳର ଓ୍ଵାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଏକ ଭିଡିଓ ସନ୍ଦେଶ ଟ୍ଵିଟ୍ କରି ଭାରତ ସରକାରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ। ସେ ଦାବି କରିଥିଲେ ଯେ, ଗଲଓ୍ଵାନରେ ସୈନିକଙ୍କୁ ନିରସ୍ତ୍ର କରି ପଠାଇ ଦିଆଗଲା ଯାହାର ପରିଣାମ ସେମାନଙ୍କୁ ନିଜର ଜୀବନ ଦେବାକୁ ପଡିଛି। ସେ ପ୍ରଶ୍ନ କରିଥିଲେ ଯେ, ୨୦ ସୈନିକଙ୍କ ବୀରଗତି ନେଇ ଦାୟୀ କିଏ ?

ଚୀନର ଧୋକାକୁ ନେଇ ସର୍ବଦଳୀୟ ବୈଠକ

ଚୀନର ଧୋକା ଭାରତକୁ ବିଚାର କରିବାକୁ ବିବଶ କରି ଦେଇଛି ଯେ, ଏବେ ଏହି ପଡୋଶୀ ପ୍ରତି ଆମ ନୀତି ବଦଳାଇବାର ସମୟ ଆସି ଯାଇଛି କି ? କଣ ଆମ ସୈନିକଙ୍କ ପ୍ରତି ହୋଇଥିବା ବର୍ବରତାପୂର୍ଣ୍ଣ ହମଲା ବିରୋଧରେ ଏମିତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ଯେମିତି ଚୀନକୁ କଡା ସନ୍ଦେଶ ମିଳିବ ?  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆହୂତ ସର୍ବଦଳୀୟ ବୈଠକରେ ଏହି ଗମ୍ଭୀର ପ୍ରଶ୍ନ ଉପରେ ବିସ୍ତୃତ ଆଲୋଚନା ହେଉଛି। ଏହି ବୈଠକରେ ୨୦ ଦଳର ପ୍ରମୁଖ ସାମିଲ ହୋଇଛନ୍ତି।

   Related Posts