ଗଲଓ୍ୱାନ ସଙ୍ଘର୍ଷରେ ମରିଛନ୍ତି ଚୀନର ୬୦ରୁ ଅଧିକ ସୈନ୍ୟ, ଆମେରିକୀୟ ଖବର କାଗଜ କଲା ବଡ ଖୁଲାସା

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ, ୧୩|୦୯:  ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଚୀନର ମଧ୍ୟ ଅନେକ ସୈନ୍ୟ ନିହତ ହୋଇଥିଲେ । ତେବେ ଚୀନ ଏକଥାକୁ ଏବେସୁଦ୍ଧା ସ୍ପଷ୍ଟ କରୁନାହିଁ । କିନ୍ତୁ ଆମେରିକୀୟ ଖବର କାଗଜ ନ୍ୟୁଜ୍ ଓ୍ୱିକ୍ ଏକ ବଡ ଖୁଲାସା କରିଛି । ଜୁନ ୧୫ରେ ଘଟିଥିବା ଏହି ସଙ୍ଘର୍ଷରେ ଚୀନର ୬୦ରୁ ଅଧିକ ସୈନ୍ୟ ନିହତ ହୋଇଥିଲେ ବୋଲି ଏହି ଖବର କାଗଜରେ ପ୍ରକାଶିତ ହୋଇଛି ।

ଏହି ଖବର କାଗଜରେ କୁହାଯାଇଛି ଯେ, ଭାରତୀୟ ଅଞ୍ଚଳରେ ପିଏଲଏ ସି ଜିନପିଙ୍ଗରେ କଥାରେ ଉତ୍ତେଜନା ସୃଷ୍ଟି କରୁଥିଲେ । କିନ୍ତୁ ଚୀନ୍ ଏଥିରେ ଫେଲ୍ ମାରିଥିଲା । ପିଏଲଏ ପକ୍ଷରୁ ଚୀନ ରାଷ୍ଟ୍ରପତିଙ୍କୁ ଅନେକ ସୈନ୍ୟଙ୍କୁ ବାହାର କରିବାକୁ ପ୍ରସ୍ତାବ ଦିଆଯାଉଛି । କାରଣ ସମସ୍ତ ସୈନ୍ୟଙ୍କ ଉପରେ ଚୀନର ଆଉ ଭରସା ନାହିଁ । ଏପରିକି କିଛି ବଡ ଅଫିସର ମଧ୍ୟ ସେନାରୁ ତଡାଖାଇବେ । ମେ  ମାସ ଆରମ୍ଭରୁ ଚୀନ୍ ସେନା ଏଲଏସିରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ । ପିଏଲଏ ଅଧିକାଂଶ ସମୟରେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥାଏ ।

ଖବର କାଗଜରେ ଆହୁରି କୁହାଯାଇଛି ଯେ, ଜୁନ ୧୫ରେ ଚୀନ ସେନା ଭାରତୀୟ ଅଞ୍ଚଳରେ ପ୍ରବେଶ କରି ସମସ୍ତଙ୍କୁ ଚକିତ କରିଥିଲା । ଏହି ସମୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା ଯ ଚୀନର ୬୦ରୁ ଅଧିକ ସୈନ୍ୟ ନିହତ ହୋଇଥିଲେ ।

ବିଭିନ୍ନ ବିବାଦୀୟ କ୍ଷେତ୍ରକୁ ନିଜର କହିବା ଚୀନର ପୁରୁଣା ଅଭ୍ୟାସ । ୧୯୬୨ ଯୁଦ୍ଧ ପରେ ଭାରତୀୟ ସେନା ଅଧିକ ସଜାଗ ହୋଇଛି । ସୀମା ଉପରେ କଡା ନଜର ରଖିଛି । ତେଣୁ ଗଲଓ୍ୱାନରେ ଭାରତ ଚୀନର ଚାଲ୍‌କୁ ଭଣ୍ଡୁର କରିଥିଲା । ଭାରତୀୟ ସେନା ଅଦମ୍ୟ ସାହସ ଦେଖାଇ ଚୀନକୁ ଅଟକାଇଥିଲେ । ତେବେ ଚୀନ ନିଜର କ୍ଷୟକ୍ଷତି ବାବଦରେ ସୂଚନା ଗୁପ୍ତ ରଖିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.