ଶହୀଦଙ୍କ ବଳିଦାନର ମୂଲ୍ୟ ଦେଲେ ତେଲେଙ୍ଗାନା ସରକାର : କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେଲେ ଡେପୁଟି କଲେକ୍ଟର , ତାଙ୍କ ପରିବାରକୁ ୫କୋଟିର ଚେକ୍ ଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨/୬: ଗଲଓ୍ବାନ ଘାଟିରେ ହୋଇଥିବା ଚୀନ ସହ ମୁହାଁମୁହିଁରେ ଦେଶର ୨୦ଜବାନ ଶହୀଦ ହୋଇଯାଇଥିଲେ। ଶହୀଦ ହେବାପରେ ତାଙ୍କ ପରିବାରର ଦାୟିତ୍ବ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ଭାରତୀୟ ସୈନିକଙ୍କ ମଧ୍ୟରେ କର୍ଣ୍ଣେଲ ସନ୍ତୋଷ ବାବୁ ମଧ୍ୟ ଜଣେ ସୈନିକ ଥିଲେ। ଏବେ ସେ ଶହୀଦ ହେବା ପରେ ତାଙ୍କ ପତ୍ନୀଙ୍କୁ ତେଲେଙ୍ଗାନା ସରକାର ଡେପୁଟି କଲେକ୍ଟର ନିଯୁକ୍ତ କରିଛନ୍ତି।

 ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏକଥା ଘୋଷଣା କରିଛନ୍ତି। କର୍ଣ୍ଣେଲ ସନ୍ତୋଷଙ୍କ ପତ୍ନୀଙ୍କୁ ସୂର୍ଯ୍ୟକୋଟ ଜିଲ୍ଲାର ଡେପୁଟି କଲେକ୍ଟର ନିଯୁକ୍ତ କରାଯାଇଛି।

ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ପ୍ରଶଂସନୀୟ କାରଣ ଶହୀଦ ସନ୍ତୋଷ ଦେଶ ପାଇଁ ନିଜର କର୍ତ୍ତବ୍ୟ ଲିଭାଇଛନ୍ତି। ତେଣୁ ତାଙ୍କ ପରିବାର ପ୍ରତି ମଧ୍ୟ ଦେଶ ଏବଂ ସରକାରଙ୍କ ଦାୟିତ୍ବ ଥିଲା।

ଜୁନ୍ ୧୫ତାରିଖରେ ଚୀନ ସହ ଭାରତୀୟ ସୈନିକଙ୍କ LAC ଅର୍ଥାତ୍ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟୋଲରେ ମୁହାଁମୁହିଁ ହୋଇଥିଲା। ଏହି ମୁହାଁମୁହିଁରେ ୨୦ଜବାନ ଶହୀଦ ହୋଇଯାଇଥିଲେ। କର୍ଣ୍ଣେଲ ସନ୍ତୋଷ ବାବୁ ୧୬ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ।

କର୍ଣ୍ଣଲ୍ ସନ୍ତୋଷ ତେଲେଙ୍ଗାନାର ସୂର୍ଯ୍ୟକୋଟରେ ରହୁଥିଲେ। ତେଲେଙ୍ଗାନା ସରକାର କେବଳ ତାଙ୍କ ପତ୍ନୀଙ୍କୁ ଡେପୁଟି କଲେକ୍ଟର ପଦରେ ନିଯୁକ୍ତି ଦେଇ ନାହାନ୍ତି ବରଂ ତାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫କୋଟି ଟଙ୍କା ଦେଇଛନ୍ତି। ଏହା ସହିତ ଶହୀଦ ସନ୍ତୋଷଙ୍କ ପରିବାରକୁ ୬୦୦ଗଜ ଜାଗା ଦେବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.