ବାଟଲା ହାଉସ ଏନକାଉଣ୍ଟର : ଶହୀଦ ହେବାର ୧୨ ବର୍ଷ ପରେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ କରାଯିବ ସମ୍ମାନିତ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪/୦୮ : ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ଶହୀଦ ହେବାର ୧୨ ବର୍ଷ ପରେ ଗ୍ୟାଲେଣ୍ଟ୍ରି ପୁରସ୍କାର ଦିଆଯିବାକୁ ଘୋଷଣା ହଇଛି | ବାଟଲା ହାଉସ ଏନକାଉଣ୍ଟରରେ ମୋହନ ଚାନ୍ଦ ଶର୍ମା ଶହୀଦ ହୋଥିଲେ | ସେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ କାର୍ଯ୍ୟରତ ଥିଲେ | ଗୃହ ମନ୍ତ୍ରାଳୟ ଶହୀଦ ମୋହନ ଚାନ୍ଦ ଶର୍ମା ଓ ତାଙ୍କ ଟିମର ଇନ୍ସପେକ୍ଟର କୈଳାସ ସିଂହ ବିଷ୍ଟ, ଦେବେନ୍ଦ୍ର ମଲିକ ଓ ଧର୍ମେନ୍ଦ୍ରଙ୍କ ସମେତ ସ୍ପେଶାଲ ସେଲର ୬ ବହାଦୁରଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରିବାକୁ ଘୋଷଣା କରିଛି | ଗୃହ ମନ୍ତ୍ରାଳୟ ଅନୁସାରେ, ଚଳିତ ବର୍ଷ ଦେଶର ୨୧୫ ପୋଲିସକର୍ମୀଙ୍କୁ ସମ୍ମାନିତ କରାଯିବ | ଏମାନଙ୍କ ମଧ୍ୟରେ ଅନେକ ଶହୀଦଙ୍କ ନାଁ ସାମିଲ ଅଛି |

{"id":314627,"sizeSlug":"large"}

୨୦୦୮ ମସିହାରେ ବାଟଲା ହାଉସ ଏନକାଉଣ୍ଟରରେ ଚର୍ଚ୍ଚାରେ ଥିଲା ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା | ଇନ୍ସପେକ୍ଟରଙ୍କ କାହାଣୀ ୨୦୦୮ ମସିହା ସେପ୍ଟେମ୍ବର ୧୩ ତାରିଖରେ ଦିଲ୍ଲୀର କରୋଲ ବାଗ, କନୌଟ ପ୍ଲେସ୍, ଇଣ୍ଡିଆ ଗେଟ୍ ଏବଂ ଗ୍ରେଟର କୈଳାସରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ପରେ ଆରମ୍ଭ ହୋଇଥିଲା | ସେତେବେଳେ ଦିଲ୍ଲୀ ଦୋହଲି ଯାଇଥିଲା | ସିରିଏଲ ବିସ୍ଫୋରଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା | ପାଖାପାଖି ୧୩୩ ଜଣ ଆହତ ହୋଇଥିଲେ | ବୋମା ବିସ୍ଫୋରଣ ଆତଙ୍କୀ ସଂଗଠନ ମୁଜାହିଦ୍ଦିନ କରିଥିବା ଦିଲ୍ଲୀ ପୋଲିସ ତଦନ୍ତରେ ଜଣାପଡିଥିଲା | ଏହି ବିସ୍ଫୋରଣ ପରେ ସେପ୍ଟେମ୍ବର ୧୯ ତାରିଖରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ସୂଚନା ମିଳିଥିଲା ଯେ ଇଣ୍ଡିଆନ ମୁଜାହିଦ୍ଦିନର ପାଞ୍ଚ ଜଣ ଆତଙ୍କବାଦୀ ବାଟଲା ହାଉସର ଏକ ଘରେ ଲୁଚିଛନ୍ତି |

{"id":314628,"width":578,"height":294,"sizeSlug":"large"}

ସୂଚନା ପାଇ ପୋଲିସ ଟିମ ଆଲର୍ଟ ହୋଇଥିଲା | ଏହି ଟିମର ନେତୃତ୍ୱ ନେଇଥିଲେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା | ସୂଚନା ପାଇବା ପରେ ମୋହନ ଚାନ୍ଦ ନିଜ ଟିମ ନେଇ ବାଟଲା ହାଉସ ପହଞ୍ଚିଥିଲେ | ପୋଲିସ ଟିମ ସିଭିଲ ଡ୍ରେସ ଥିଲା | ସେତେବେଳେ ପୋଲିସ ଟିମ ଜାଣିନଥିଲା ଯେ ଆତଙ୍କବାଦୀ ଫ୍ଲାଟ ନମ୍ବର ୧୦୮ ରେ ଲୁଚିଛନ୍ତି | ଟିମ ସେଠାରେ ଲୋକଙ୍କୁ ପଚରାଉଚୁରା କରିବାକୁ ପହଞ୍ଚିଥିଲା | ପୋଲିସ ଫ୍ଲାଟ ଭିତରକୁ ପଶିବା କ୍ଷଣି ଫାଇରିଙ୍ଗ ଆରମ୍ଭ ହୋଇଥାଏ | କୋଠରୀ ଭିତରେ ୫ ଜଣ ଆତଙ୍କବାଦୀ ଥିଲେ | ପୋଲିସ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ଓ ୩ ଆତଙ୍କବାଦୀ ଫେରାର ହୋଇଯାଇଥିଲେ | ଅନ୍ୟ ୩ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କ ଫ୍ଲାଟ ତଳେ ଛିଡା ହୋଇଥିବା ପୋଲିସ ଟିମ କାବୁ କରିଥିଲା | କୋଠରୀ ଭିତରେ ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିଲା |

{"id":314629,"width":572,"height":320,"sizeSlug":"large"}

ମୋହନ ଚାନ୍ଦଙ୍କୁ ଦୁଇଟି ଗୁଳି ବାଜିଥିଲା | ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | 8 ଘଣ୍ଟା ଯାଏଁ ଚିକିତ୍ସା ଚାଲିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା | ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ତାଙ୍କ ପେଟ, ଜଙ୍ଘ ଓ ହାତରେ ଗୁଳି ବାଜିଥିଲା | ଅଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା | ମୋହନ ଶର୍ମା ୨୧ ବର୍ଷର ପୋଲିସ ଚାକିରୀ ମଧ୍ୟରେ ୬୦ ଆତଙ୍କବାଦୀଙ୍କୁ ମାରିଥିଲେ | 200 ରୁ ଅଧିକ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ |

{"id":314630,"width":567,"height":298,"sizeSlug":"large"}

ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା ଓ ବାଟଲା ହାଉସ ଏନକାଉଣ୍ଟରକୁ ନେଇ ବଲିଉଡ ଫିଲ୍ମ ବାଟଲା ହାଉସ ନିର୍ମିତ ହୋଇଥିଲା | ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜନ ଆବ୍ରାହାମ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.