ଧାନ ବିଲରୁ ଗଳିତ ମୃତଦେହ ଉଦ୍ଧାର: ଏଯାଏଁ ମିଳିପାରି ନାହିଁ ମୃତକଙ୍କ ପରିଚୟ

Published By : Prameya-News7 Bureau | November 16, 2020 IST

ସାନଖେମୁଣ୍ଡି୧୬/୧୧:ଧାନ ବିଲରୁ ଗଳିତ ମୃତଦେହ ଉଦ୍ଧାର। ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ଡେଙ୍ଗାଡି ଗାଁ ନିକଟରେ ଏଭଳି ଦେଖିବାକୁ ମିଳିଛି। ଏହି ଗଳିତ ମୃତଦେହକୁ ହିଞ୍ଜିଳି ପୋଲିସ୍ ଜବତ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ତେବେ ମୃତକଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ହିଞ୍ଜିଳି ଥାନାରେ ୩୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଯାଇଛି।

ସୂଚନାଥାଉକି ସୋମବାର ସକାଳେ ହିଞ୍ଜିଳି ଥାନା ଓ ପାଟପୁର ଥାନା ମଧ୍ୟ ଡେଙ୍ଗାଡି ଗ୍ରାମ ଏକ ଧାନ ବିଲ ନିକଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ବିଲୁଆ, କୁକୁର ଖାଉଥିବା ବେଳେ ଗ୍ରାମର କିଛି ଲୋକ ଦେଖି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.