Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଗଳିପୋଲ ନିର୍ମାଣ ଦାବି, ଗଣଧାରଣା ଦେଲା କ୍ରିୟାନୁଷ୍ଠାନ କମିଟି

17/07/2021 at 11:22 AM

ଚଣ୍ଡିଖୋଲ,୧୭/୦୭ : ଗଳିପୋଲ ନିର୍ମାଣ ଦାବିରେ ଗଣ ଧାରଣା । ଯାଜପୁର ଜିଲ୍ଲା ଛତିଆ, ଚଟିଘର ଠାରେ ଗଳି ପୋଲ ନିର୍ମାଣ ଦାବିରେ  ଗଳିପୋଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶାନ୍ତିପୁର୍ଣ ଗଣଧାରଣା ଦିଆ ଯାଇଛି ।

ସୂଚନା ଅନୁସାରେ, ୨୦୧୨ ମସିହାରୁ ଗଳିପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ଯେଉଁଥିପାଇଁ ଜାତୀୟ ରାଜପଥରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି । ଏନେଇ ଯାଜପୁର ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି । କିନ୍ତୁ କିଛି ସୁଫଳ ମିଳିପାରି ନାହିଁ ।

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଗଣଧାରଣାକୁ ସମର୍ଥନ କରିଛନ୍ତି । ଏହା ସହ କ୍ରିୟାନୁଷ୍ଠାନ କମିଟିର ସଦସ୍ୟଙ୍କ ସହ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ  ରାଜ୍ୟ ମୁଖ୍ୟଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଯଦି ଆଗାମୀ ଦିନରେ ଏଠାରେ ଗଳିପୋଲ ନିର୍ମାଣ ବିଳମ୍ୱ ହୁଏ ତେବେ ଗଣଧାରଣା ଜାରି ରହିବ ବୋଲି ଗଳିପୋଲ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛନ୍ତି. ।

   Related Posts