ଜାଣନ୍ତୁ- କେତେ ଶକ୍ତିଶାଳୀ ପାକିସ୍ତାନର ଗଜନବୀ ମିସାଇଲ୍‌

Published By : Prameya-News7 Bureau | August 29, 2019 IST

ନୂଆଦିଲ୍ଲୀ - କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇ ପଡିଛି । ବିଶ୍ୱସମୁଦାୟ ତା ସମର୍ଥନରେ ବାହାରୁ ନାହାନ୍ତି , କେବଳ ଚୀନ୍‌କୁ ଛାଡି ଦେଲେ ସମସ୍ତେ ଭାରତ ସପକ୍ଷରେ ବାହାରିଛନ୍ତି । ଇସଲାମିକ୍‌ ଦେଶ ବି ଭାରତକୁ ସମର୍ଥନ ଦେଉଛନ୍ତି । ଏବେ ଆତଙ୍କବାଦ ଉପରୁ ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ଗଜନବୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ପରମାଣୁ ଯୁଦ୍ଧର ଧମକ ଦେଇଥିବା ବେଳେ କେତକ ପାକ ମନ୍ତ୍ରୀ ଯୁଦ୍ଧ ତାରିଖ ମାସ ବିଷୟରେ ଭବିଷ୍ୟବାଣୀ କରିସାରିଲେଣି । ବୁଧବାର ରାତିରେ କରାଚୀ ନିକଟରେ ପାକିସ୍ତାନ ନିଜର ସ୍ୱଳ୍ପଗାମୀ କ୍ଷେପଣାସ୍ତ୍ର ଗଜନବୀର ପରୀକ୍ଷା କରିଛି । ଏହା ଚୀନ୍‌ର ଏମ୍‌-୧୧ କ୍ଷେପଣାସ୍ତ୍ରର ପାକିସ୍ତାନୀ ରୂପ ।
ଗଜନବୀ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରି ପାରିବ । ଏହା ଭାରତର କେତକ ସହରକୁ ଲକ୍ଷ୍ୟଭେଦ କରି ପାରିବ । ଏହି ମିସାଇଲ୍‌ର ପରୀକ୍ଷଣ କରାଚୀ ନିକଟସ୍ଥ ସୋନମିୟାନି ବିମାନ ପରୀକ୍ଷଣ ରେଞ୍ଜରେ କରାଯାଇଥିଲା ।

{"id":150744}


ଏହି ଗଜନବୀ କ୍ଷେପଣାସ୍ତ୍ର କେବଳ ସ୍ଥଳ ଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିପାରିବ । ୨୯୦ରୁ ୩୨୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବ ।
ଗଜନବୀ କ୍ଷେପଣାସ୍ତ୍ର ୭୦୦ କିଲୋଗ୍ରାମର ବିସ୍ଫୋରକ ବହନ କରିପାରିବ ।

ପାକିସ୍ତାନ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ନିଜର ନୌସେନାକୁ ସଚେତନ କରିଥିଲା । କରାଚୀ ଆକାଶମାର୍ଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲା । ଅଗଷ୍ଟ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦେଇଛି ।

{"id":150745}

ଚୁକ୍ତି ଅନୁସାରେ କୌଣସି କ୍ଷେପଣାସ୍ତ୍ର ପରୀକ୍ଷଣ ୩ ଦିନ ଆଗରୁ ପଡୋଶୀ ଦେଶକୁ ସୂଚନା ଦେବାର ଆବଶ୍ୟକତା ରହିଛି । ଏଥିପାଇଁ ପାକିସ୍ତାନ ଅଗଷ୍ଟ ୨୬ ତାରିଖରେ ଭାରତକୁ ଏ ବିଷୟରେ ସୂଚନା ଦେଇଥିଲା ।
ପାକିସ୍ତାନର ଗଜନବୀ ସହ ଅନ୍ୟ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବା ପାଇଁ ଭାରତ ପାଖରେ ଆଣ୍ଟି ମିସାଇଲ୍‌ ସିଷ୍ଟମ ରହିଛି । ଭାରତ ନିକଟରେ ପାକିସ୍ତାନ ଠାରୁ ବହୁ ଗୁଣରେ ଅଧିକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.