Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଗଞ୍ଜେଇ ଚାଲାଣର ନୂଆ ତରିକା : ନକଲି ପୋଲିସ ଡ୍ରେସ୍-ଗାଡିରେ ଚାଲିଥିଲା କାରବାର, ମାଫିଆଙ୍କୁ କାବୁ କଲେ ଅସଲି ଥାନା ବାବୁ

10/01/2021 at 3:04 PM

ମାଲକାନଗିରି ୧୦।୦୧: ଗଞ୍ଜେଇ ଚାଲାଣର ନୂଆ ତରିକା । ନକଲି ପୋଲିସ କରୁଛି ଗଞ୍ଜେଇ ଚାଲାଣ । ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳରେ ପୋଲିସ ପୋଷାକ ପିନ୍ଧି, ଗାଡ଼ିରେ ପୋଲିସ ଲେଖି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ । ଏଭଳି ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଓରକେଲ ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ବାଲିମେଳା ଛକ- ଡାଇକ ୩ ମୁଖ୍ୟ ରାସ୍ତାର ଖଡ଼ିକାଝୁଡ଼ି ନିକଟରେ ଏସ୍ଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଏକ ଟିମ୍ ଜଗି ରହିଥିଲେ। ଏହି ସମୟରେ ଏକ ଫେକ୍ ନମ୍ବର OD- ୩୩ B ୩୬୭୬ ଲେଖାଥିବା ଇନୋଭା କାରକୁ ଅଟକାଇଥିଲେ। ଗାଡ଼ିରେ ପୋଲିସ ଲେଖାଥିବା ବେଳେ ବସିଥିବା ବ୍ୟକ୍ତି ମାନେ ମଧ୍ୟ ପୋଲିସ ବେଶରେ ଥିଲେ ।ସେମାନଙ୍କୁ କେଉଁ ଅଞ୍ଚଳର ପୋଲିସ ବୋଲି ପଚରାଯିବାରୁ ସେମାନେ ନିଜକୁ ବିହାର ପୋଲିସ ବୋଲି ପରିଚୟ ଦେଇଥିଲେ। କିନ୍ତୁ ତାଙ୍କ ଗାଡିର ନମ୍ବର ପ୍ଲେଟ ଓଡ଼ିଶା ରାଜ୍ୟର ଲାଗିଥିଲା। ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ । ହେଲେ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ନଥିବାରୁ ସେମାନଙ୍କ ଗାଡି ଯାଞ୍ଚ କରିଥିଲା ପୋଲିସ୍। ଯାଞ୍ଚ ବେଳେ ଗାଡ଼ିରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।

ଗଞ୍ଜେଇ ଚାଲାଣକାରୀମାନେ ହେଲେ ରାଜୁ ଖରିଫା, ରାଜୀବ କୁମାର ଏବଂ ଆକାଶ କୁମାର । ୨ ଜଣ ଅଭିଯୁକ୍ତ ବିହାର ପାଟଣା ମଉଜିପୁର ଏବଂ ସରିସ୍ତାବାଦ ଗାଁର ହୋଇଥିବା ବେଳେ ଅନ୍ୟ ଜଣେ ମୁଜାଫରପୁର ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ତେବେ ସେମାନେ ଏହି ଗଞ୍ଜେଇକୁ ନାକାମାମୁଡ଼ି ଅଞ୍ଚଳରୁ ନିଜ ବିହାରକୁ ଚାଲାଣ କରୁଥିବା ଜଣାପଡିଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓରକେଲ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି।

   Related Posts