ଅପରେସନ ଗ୍ରୀନ କ୍ଲିନ, ୧୮ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡି ପାଉଁଶ

Published By : Prameya-News7 Bureau | January 11, 2021 IST

ମୋହନା ୧୧।୦୧: ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ । ମୋହନା ଥାନା ଢେପାଗୁଡା ପଞ୍ଚାୟତ ଯୁଗୀଢ଼ିଅ ଗାଁ ନିକଟରେ ୯୧ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ଖବର ଅନୁଯାୟୀ, କିଛି ଦିନ ହେଲା ଯୁଗାଢିଆ ଗାଁରେ ଗଞ୍ଜେଇ ଚାଷ ଚାଲିଥିବା ନେଇ ପୋଲିସ ଓ ଅବକାରୀ ବିଭାଗକୁ ଖବର ମିଳିଥିଲା । ଯାହାପରେ ଉଭୟ ଟିମ୍‌ ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୯୧ ଏକରର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୮କୋଟି ଟଙ୍କା ହେବ । ସେହିପରି ଗତ ତିନି ଦିନ ତଳେ ସେହି ଅଞ୍ଚଳରେ ୧୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିଲେ ମିଳିତ ବାହିନୀ । ଏହି ଅଭିଯାନ ଆହୁରି ଜାରି ରହିବା ସହ ଗଞ୍ଜେଇ ଚାଷ କୁ ନଷ୍ଟ କରାଯିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.