ମକର ରାଶିରେ ଦଶହରା ଦିନ ଦୁଇଟି ବିଶେଷ ଯୋଗ: ଗୋଟିଏ ଶୁଭ, ଅନ୍ୟଟି ଅତ୍ୟନ୍ତ ଅଶୁଭ

Published By : Prameya-News7 Bureau | October 14, 2021 IST

ଭୁବନେଶ୍ୱର ୧୪/୧୦ : ମକର ରାଶି ବ୍ୟକ୍ତିଙ୍କ ପାଇଁ ଅକ୍ଟୋବର ୧୫ ତାରିଖ ଖାସ ଦିନ। ଏହିଦିନ ଦଶହରା ପର୍ବ ମଧ୍ୟ ପଡୁଛି। ହିନ୍ଦୁ ପାଞ୍ଜି ଅନୁସାରେ ୧୫ ତାରିଖ, ଶୁକ୍ରବାର ଦିନ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି। ଏହି ଦିନ ଚନ୍ଦ୍ରମା ଗୋଚର ଯୋଗୁଁ ମକର ରାଶିରେ ଦୁଇଟି ଖାସ ଯୋଗ ସୃଷ୍ଟି ହେଉଛି।

ମକର ରାଶିକୁ ଜ୍ୟୋତିଷଶାସ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ରାଶି କୁହାଯାଇଛି। ମକର ରାଶିକୁ ପୃଥିବୀ ତତ୍ତ୍ୱ ରାଶି କୁହାଯାଏ। ରାଶି ଚକ୍ର ଅନୁଯାୟୀ ମକର ରାଶି ଦଶମ ରାଶି। ଶନିଦେବ ମକର ରାଶିର ଗୁରୁ। ଜନ୍ମ କୁଣ୍ଡଳୀର ଦଶମ ଭାବ ବହୁତ ମହତ୍ତ୍ୱପୂର୍ଣ୍ଣ। ଏହି ଭାବକୁ ପିତା ଓ କର୍ମ ସ୍ଥାନ ମଧ୍ୟ କୁହାଯାଏ।

ଅକ୍ଟୋବର ୧୫ ତାରିଖ, ଶୁକ୍ରବାର ଦିନ ମକର ରାଶିରେ ୩ଟି ଗ୍ରହର ସଂଯୋଗ ରହିଛି। ଶୁକ୍ରବାର ଦିନ ବିଜୟା ଦଶମୀ ପର୍ବ ମଧ୍ୟ। ଶନିଦେବ ଓ ଦେବଗୁରୁ ବୃହସ୍ପତି ଆଗରୁ ହିଁ ମକର ରାଶିରେ ବିରାଜମାନ। ଏହି ଦିନ ମକର ରାଶିରେ ଚନ୍ଦ୍ରମା ଗୋଚର ମଧ୍ୟ ହେଉଛି।

ଜ୍ୟୋତିଷଶାସ୍ତ୍ରରେ ଯେଉଁ ଅଶୁଭ ସଂଯୋଗ ସମ୍ପର୍କରେ ଚର୍ଚ୍ଚା କରାଯାଇଛି ସେଥିରୁ ଗୋଟିଏ ହେଲା ବିଷ ଯୋଗ। ଜନ୍ମ କୁଣ୍ଡଳୀରେ ବିଷ ଯୋଗ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଶନି ଓ ଚନ୍ଦ୍ରମାଙ୍କ ସଂଯୋଗ ଘଟିଥାଏ। ଶୁକ୍ରବାର ଦିନ ମକର ରାଶିରେ ଶନି ଓ ଚନ୍ଦ୍ରମାଙ୍କ ସଂଯୋଗ ହେଉଛି। ବିଷ ଯୋଗରେ ବ୍ୟକ୍ତିଙ୍କୁ ଅବସାଦ, ଦୁଶ୍ଚିନ୍ତା, ନିରାଶ ଓ ଅଜ୍ଞାତ ଭୟ ଭଳି ସ୍ଥିତି ସାମ୍ନା କରିବାକୁ ପଡିଥାଏ। ଏହି ଯୋଗରେ ଧନ ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ଦୃଷ୍ଟି ଦେବା ଉଚିତ।

ମକର ରାଶିରେ ଗୋଟିଏ ପଟେ ବିଷ ଯୋଗ ଭଳି ସ୍ଥିତି ସୃଷ୍ଟି ହେଲାବେଳେ ଗଜକେଶରୀ ଯୋଗ ମଧ୍ୟ ସୃଷ୍ଟି ହେଉଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଗୁରୁ ଓ ଚନ୍ଦ୍ରମାଙ୍କ ପାରସ୍ପରିକ ସମ୍ପର୍କ ଯୋଗୁଁ କୁଣ୍ଡଳୀରେ ଗଜକେଶରୀ ଯୋଗ ସୃଷ୍ଟି ହୋଇଥାଏ। ମକର ରାଶିରେ ଗୁରୁ ଓ ଚନ୍ଦ୍ରମା ସମ୍ବନ୍ଧ ସୃଷ୍ଟି ହେଉଛି। ଗଜକେଶରୀ ଯୋଗକୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନକାରୀ ଯୋଗ ବୋଲି କୁହାଯାଏ। ତେବେ ଏଠାରେ ଗୁରୁତ୍ତ୍ୱପୂର୍ଣ କଥା ହେଲା ମକର ରାଶି ବୃହସ୍ପତିଙ୍କ ନୀଚ ରାଶି। ସେଥିପାଇଁ ଗଜକେଶରୀ ସେତିକି ମାତ୍ରାରେ ପ୍ରଭାବ ନ ପକାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.