ନୂଆଦିଲ୍ଲୀ ୨୦/୮: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୮ଲକ୍ଷ ପାର ହୋଇଗଲାଣି। ଅନେକ ନାମୀଦାମୀ ବ୍ୟକ୍ତି ମଧ୍ୟ କରୋନା କବଳରେ ଆସୁଛନ୍ତି। ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛନ୍ତି। ଏହା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହ,ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।
{"id":317469,"sizeSlug":"large"}ଗଜେନ୍ଦ୍ର ସିଂହ ଶେଖାଓ୍ବତ କହିଛନ୍ତି ଯେ,‘ ଅସୁସ୍ଥତା ଯୋଗୁଁ କିଛି ଲକ୍ଷଣ ଦେଖାଯିବାରୁ ସେ କରୋନା ଟେଷ୍ଟ କରାଇଥିଲେ। ଏହା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଡାକ୍ତରଙ୍କ ପରାମର୍ଶରେ ସେ ହସ୍ପିଟାଲରେ ଭର୍ତ୍ତି ହେବେ। ତାଙ୍କର ଅନୁରୋଧ ରହିଛି ଯେ ଗତ କିଛି ଦିନ ହେବ ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଟ୍ କରି ନିଜ ଟେଷ୍ଟ କରାନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ନିଜର ଧ୍ୟାନ ରଖନ୍ତୁ।’
{"id":317471,"sizeSlug":"large"}କରୋନାରେ କବଳରେ ଏବେ ସୁଦ୍ଧା ଅନେକ ନାମୀଦାମୀ ବ୍ୟକ୍ତି ଆସି ସାରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ,କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଇକ,କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ଏହା ବ୍ୟତୀତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଲଭ ଅଗ୍ରଓ୍ବାଲ୍ ମଧ୍ୟ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ।
{"id":317472,"sizeSlug":"large"}