Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୀବନକୁ ବାଜି ଲଗାଇ ନାଳ ଭିତରେ ପଶି ଯାତାୟାତ କରୁଛନ୍ତି ଗଜପତି ଜିଲ୍ଲାର ୬ ପଞ୍ଚାୟତବାସୀ

7/09/2018 at 3:53 PM

ଗଜପତି ୭/୯ : ସ୍ୱାଧୀନତାର ୭୨ ବର୍ଷ ପରେ ବି ବର୍ଷର ୪ ମାସ ଲୋକେ ଜଳବନ୍ଦୀ ଜୀବନ ବିତାଉଥିବା ବେଳେ ବାକି ୮ ମାସ ନାଳ ଭିତରେ ପଶି ଲୋକଙ୍କୁ ଯାତାୟତ କରିବାକୁ ପଡୁଛି । ଏ ହୋଉଛି ଗଜପତି ଜିଲ୍ଲାର ନୂଆଗଡ ବ୍ଲକର ସ୍ଛିତି । ମାତ୍ର ୨୦ ମିଟର ଲମ୍ବର ପୋଲଟିଏ ନିର୍ମାଣ ହୋଇଥିଲେ ୬ ଟି ପଞ୍ଚାୟତର ଲୋକେ ଉପକୃତ ହୋଇଥାନ୍ତେ । ଏଥିପାଇଁ ଲୋକେ ବାରମ୍ବାର ଦାବୀ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଏହି ନାଳ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରାଯିବ ବୋଲି କହିଛି ପ୍ରଶାସନ ।
ଗ୍ରାମାଞ୍ଚଳର ଉନ୍ନତି ବିଶେଷ କରି ଆଦିବାସୀ ଅଞ୍ଚଳର ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି । ଏଥିପାଇଁ ଶହ ଶହ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ କରାଯାଉଛି । ହେଲେ ଏଗୁଡିକ ସୁଫଳ ଲୋକଙ୍କ ପାଖରେ କେତେ ପହଞ୍ଚିଛି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ସବୁଠାରୁ ପଛୁଆ ନଦୀ ମୁଠା ଅଞ୍ଚଳରେ । ଏହି ଅଞ୍ଚଳରେ ଥିବା ପରିମଳ, ଉଦୟପୁର, ସାରଳାପଦର, ସମ୍ବଳପୁର, ସୁନ୍ଦରଡାଙ୍ଗ, ଏବଂ କିରମା ଆଦି ୬ ଟି ପଞ୍ଚାୟତର ଲୋକେ ବ୍ଲକ କାର୍ଯ୍ୟାଳୟକୁ ଆସିବା ପାଇଁ ୬୦ ରୁ ଅଧିକ କିଲୋମିଟର ବାଟ ଆସିବାକୁ ପଡୁଛି । ଯଦିଓ ବ୍ଳକ ସଦର ମହକୁମା ଠାରୁ ଏହି ସବୁ ପଂଚାୟତ ୧୫ କି:ମି ମଧ୍ୟରେ ରହିଛି ତଥାପି ଏହି ରାସ୍ତାରେ ଥିବା ମଶାଣି ନାଳ ଉପରେ ପୋଲଟିଏ ନିର୍ମାଣ ହୋଇପାରିନଥିବାରୁ ଲୋକଙ୍କୁ ଏତେବାଟ ବୁଲିବାକୁ ପଡୁଛି । ଯଦି କେହି ଏହି ରାସ୍ତାରେ ଯାତାୟତ କରୁଛନ୍ତି ତାହା ହେଲେ ନାଳ ମଧ୍ୟରେ ଭରା ପାଣିରେ ନିଜ ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି । ଏହି ପୋଲ ଉପରେ ପୋଲ ଟିଏ ନିର୍ମାଣ ପାଇଁ ଅଂଚଳବାସୀ ବାରମ୍ବାର ଦାବୀ କରିଛନ୍ତି । ହେଲେ ପ୍ରଶାସନ କିମ୍ବା ସରକାର ଏଥିପ୍ରତି କୌଣସି ଗୁରୁତ୍ବ ଦେଇନାହିଁନ୍ତି ।
ଆଦିବାସୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନ ପ୍ରସ୍ତୁତି କରୁଥିବା ବେଲେ ଏହା ଦ୍ବାରା ବହୁ ଲୋକେ ଉପକୃତ ହୋଇଛନ୍ତି ବୋଲି ଦିଣ୍ଡିମ ପିଟୁଛନ୍ତି । ତେବେ ଏହ ଅଂଚଳର ସ୍ଥିତି ଠିକ ତାର ଓଲଟା କଥା କହୁଛି । ତେଣୁ ଏଥିରେ କେବେ ସୁଧାର ଆସୁଛି ତାହା ଉପରେ ସମସ୍ତଙ୍କ ନଜର ।

   Related Posts