ଗଜପତିରେ ବରିଷ୍ଠ ଶିକ୍ଷା ବିଭାଗୀୟ ଅଧିକାରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ
6/10/2018 at 11:36 AM

ଗଜପତି ୬/୧୦ : ଗଜପତି ଜିଲ୍ଲାରେ ଜଣେ ବରିଷ୍ଠ ଶିକ୍ଷା ବିଭାଗୀୟ ଅଧିକାରୀଙ୍କ ଅଶ୍ଳିଳ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହାକୁ ନେଇ ଗଜପତି ଜିଲ୍ଲାରେ ଏକ ଚର୍ଚ୍ଚା ବିଷୟ ପାଲଟିଛି । ଶିକ୍ଷା ଅଧିକାରୀ ଜଣକ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ବାହାର କରିବା ପଛରେ କଣ ଉଦ୍ଦେଶ୍ୟ ରହିଛି ଏବଂ କିଏ ବାହାର କରିଛି ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ଦାବି ହୋଇଛି । ଏହି ଭିଡିଓରେ ରହିଥିବା ସଂପୃକ୍ତ ଅଫିସର କାଶୀନଗରର ବ୍ଲକ ଶିକ୍ଷାଧୀକାରୀ ବୋଲି ଜଣାପଡିଛି । ଭିଡିଓରେ ରହିଥିବା ମହିଳାଙ୍କ ସହ ଆଗରୁ ପ୍ରେମ ସଂପର୍କ ଥିବା ଜଣାପଡିଛି । ବର୍ତ୍ତମାନ ଏହି ଭିଡିଓକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ଅବଗତ ହେବା ପରେ ଜିଲ୍ଲା ଶିକ୍ଷାଧିକାରୀ ତତପର ହୋଇ ଉଠିଛନ୍ତି । ଶିକ୍ଷାଧିକାରୀ ଏନେଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଭିଡିଓଟି ଭାଇରାଲ ହେବା ପରେ କାଶିନଗର ବ୍ଲକ ଶିକ୍ଷାଧୀକାରୀ ଦୀର୍ଘ ଦିନ ହେଲା ଛୁଟିରେ ଯାଇଛନ୍ତି । ଏନେଇ ଜିଲ୍ଲା ଶିକ୍ଷାଧୀକାରୀଙ୍କ କହିବା ହେଲା ଯଥାଶୀଘ୍ର ଚାକିରିରେ ଯୋଗଦେବା ପାଇଁ କାଶୀନଗର ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।