Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୬୦ ବର୍ଷ ଭିତରେ ସରକାର ଶ୍ରୀମନ୍ଦିର ପାଇଁ କିଛି କରିନାହାଁନ୍ତି ବୋଲି ଆମିକସ୍ କ୍ୟୁରିଙ୍କୁ କହିଲେ ଗଜପତି, ବଂଶାନୁକ୍ରମିକ ସେବା ପ୍ରଥା ଉଚ୍ଛେଦ ନକରିବା ପାଇଁ ପରିଚାଳନା କମିଟିର ସର୍ବସମ୍ମତ ପ୍ରସ୍ତାବ

23/02/2019 at 6:09 PM

ପୁରୀ୨୩|୨ (ଚିତ୍ତରଞ୍ଜନ ମହାନ୍ତି): ଆଜି ପୁରୀରେ ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର । ସେ ପ୍ରଥମେ ଗଜପତି ମହାରାଜାଙ୍କୁ ଭେଟି ଥିବା ବେଳେ ଅପରାହ୍ଣରେ ଛତିଶା ନିଯୋଗ ଏବଂ ସଂଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ।୬୦ ବର୍ଷ ହେବ ରାଜ୍ୟ ସରକାର ଶ୍ରୀମନ୍ଦିରର ଦାୟିତ୍ବ ନେଇଥିଲେ ମଧ୍ୟ ସେଭଳି କୌଣସି ଆଖି ଦୃଶିଆ ପରିବର୍ତ୍ତନ ହୋଇନାହିଁ ବୋଲି ଆମିକସ କ୍ୟୁରିଙ୍କ ସାମ୍ନାରେ ଯୁକ୍ତି ବାଢ଼ିଛନ୍ତି ଗଜପତି ମହାରାଜା । ସେହିଭଳି ଆଲୋଚନା ବେଳେ ନିଜ ନିଜ ପକ୍ଷ ରଖିଛନ୍ତି ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ।

ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ । ତା’ପରେ ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପକ୍ଷଙ୍କ ସହ କରିଥିଲେ ମାରାଥନ୍‌ ଆଲୋଚନା । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ୍‌ କୁମାର  ଆଜି ପ୍ରଥମେ ପୁରୀ ଗଜପତିଙ୍କୁ ଭେଟି ଆଲୋଚନା କରିଥିଲେ । ଆମିକସ କ୍ୟୁରିଙ୍କ ସହ ବୈଠକ ପରେ ଗଜପତି ମହାରାଜା ନିଜ ପ୍ରତିକ୍ରିୟା ରଖିବା ସହ ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଶ୍ରୀମନ୍ଦିରରେ ମୁଖ୍ୟତଃ ୩ଟି କ୍ଷେତ୍ର. ପ୍ରଶାସନିକ, ସେବକ ଓ ଧାର୍ମିକ ସଂସ୍କାରର ଆବଶ୍ୟକତା ରହିଛି ବୋଲି ଆମିକସ କ୍ୟୁରିଙ୍କୁ ଜଣାଇଛନ୍ତି ଗଜପତି ମହାରାଜା  । ଏଥି ସହ   ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ବ ନେଇଥିଲେ ମଧ୍ୟ ସେବେଠୁ ସରକାର ଶ୍ରୀମନ୍ଦିର ସମ୍ପର୍କରେ ବିଶେଷ ଧ୍ୟାନ ଦେଇନାହାନ୍ତି । ଦେଶର ଅନ୍ୟ ଧାର୍ମିକ ପୀଠକୁ ସରକାର ନିଜ ହାତକୁ ନେବା ପରେ ଥିବା ସମସ୍ୟାକୁ ଦୂର କରିଛନ୍ତି । ହେଲେ ଶ୍ରୀମନ୍ଦିର ସମସ୍ୟା ଉପରେ ଧ୍ୟାନ ଦିଆଯାଇନାହିଁ ବୋଲି ଅଭିଯୋଗ ବାଢ଼ିଛନ୍ତି ଗଜପତି ମହାରାଜା ।

ଗଜପତିଙ୍କ ସହ ଆଲୋଚନା ପରେ ଆମିକସ କ୍ୟୁରିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଯେଉଁଥିରେ ସୁପ୍ରିମକୋର୍ଟଙ୍କ ୧୨ଟି ସୁପାରିଶ ମଧ୍ୟରୁ ୯ଟି ସୁପାରିଶ୍‌ କାର୍ଯ୍ୟକାରୀ ହୋଇଥିବା କୁହାଯାଇଥିଲା । ତେବେ ଧାଡ଼ି ଦର୍ଶନରେ ଉପୁଜିଥିବା ସମସ୍ୟା​‌ ସମ୍ପର୍କରେ ମଧ୍ୟ ଆମିକସ୍‌ କ୍ୟୁରିଙ୍କୁ ଅବଗତ କରିଥିଲା କମିଟି । ଏଥି ସହ ବଂଶାନୁକ୍ରମିକ ସେବା ପ୍ରଥା ଉଚ୍ଛେଦ ନକରିବା ପାଇଁ ସର୍ବସମ୍ମତି କ୍ରମେ ଜଣାଇଛି ପରିଚାଳନା କମିଟି ।

ସେହିଭଳି ଶ୍ରୀମନ୍ଦିର ଆଇନ୍‌ରେ ସଂଶୋଧନ ପାଇଁ ଗଠିତ ସବ୍‌ କମିଟି ଦେଇଥିବା ପ୍ରସ୍ତାବ  ଆମିକସ କ୍ୟୁରିଙ୍କୁ ପ୍ରଦାନ କରାଯାଇଛି । ଏଥି ସହ ଶ୍ରୀମନ୍ଦିର ରୋଷଘର ଓ ଆନନ୍ଦ ବଜାର ସ୍ବଚ୍ଛତା, ପରିମଳ ବ୍ୟବସ୍ଥାର ସୁଧାର ଆଣିବାକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା ପରେ ଆମିକସ କ୍ୟୁରି ଛତିଶା ନିଯୋଗ ସହ ଆଲୋଚନା କରିଥିଲେ ।

ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ପରେ ସୁପ୍ରିମକୋର୍ଟ ଆମିକସ କ୍ୟୁରିଙ୍କୁ ଦାୟିତ୍ବ ଦେଇଛନ୍ତି । ଆଉ ବିଭିନ୍ନ ପକ୍ଷ ସହ ଆଲୋଚନା ପରେ ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମ୍‌କୋର୍ଟଙ୍କୁ ଆମିକସ କ୍ୟୁରିଙ୍କ ରିପୋର୍ଟ ପରେ ଏ ସମ୍ପର୍କରେ ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ ।

   Related Posts