ଆଜିଠୁ ଗଜପତି ଜିଲ୍ଲାରେ କାମ ଆରମ୍ଭ କଲା ଏସ୍ପି ସାରା ଶର୍ମାଙ୍କ she ଟିମ୍ : ରୋଡ୍ ରୋମିଓ ହୋଇଯାଆନ୍ତୁ ସାବଧାନ
28/06/2019 at 4:41 PM

ପାରଳାଖେମୁଣ୍ଡି ୨୮|୬: ମହିଳାଙ୍କୁ ସୁରକ୍ଷା ଦେବାକୁ ଏସପି ସାରା ଶର୍ମାଙ୍କ She ଟିମ୍ ଏବେ ପୂରା ପ୍ରସ୍ତୁତ। ଆଜିଠୁ ଗଜପତି ଜିଲ୍ଲାରେ କାମ ଆରମ୍ଭ କରିଛି ଏହି ଟିମ୍ । ନାବାଳିକା ଏବଂ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ତଥା କମେଣ୍ଟ ମାରି ମଜା ଉଠାଉଥିବା ରୋଡ୍ ରୋମିଓଙ୍କୁ ଏବେ ସାବାଡ଼ କରିବ ସାରାଙ୍କ ଏହି She ବ୍ରିଗେଡ୍ ।

ଏଣିକି ରୋଡ୍ ରୋମିଓ ହୋଇଯାଆନ୍ତୁ ସାବଧାନ୍ । ରାସ୍ତାଘାଟରେ ମହିଳାଙ୍କୁ କମେଣ୍ଟ ମାରି ମଜା ଉଠାଉଥିବା ରୋଡ୍ ରୋମିଓ ଆଉ ବର୍ତ୍ତିପାରିବେନି । ଏମାନଙ୍କୁ ସାବାଡ଼ କରବାକୁ ରାସ୍ତାକୁ ଓହ୍ଲାଇଛି ଗଜପତି ଏସପି ସାରା ଶର୍ମାଙ୍କ She ଟିମ୍ । ପୂରା ହାଇଦ୍ରାବାଦୀ ଷ୍ଟାଇଲରେ She ଟିମ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବାବେଳେ ଏଥିପାଇଁ ସ୍ବତନ୍ତ୍ର ଲୋଗୋଏବଂସ୍ବତନ୍ତ୍ର ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି।

ଗଜପତି ଜିଲ୍ଲାରେ କୌଣସି ଯୁବତୀ କିମ୍ବା ମହିଳା ଅସୁବିଧାରେ ପଡ଼ିଲେ ଏହି ନମ୍ବରରେ ଫୋନ୍ କରିବେ। ଆଉ ସେମାନଙ୍କ ପାଖରେ ସହାୟତା ପାଇଁ ତୁରନ୍ତ ପହଞ୍ଚିଯିବେ ସାରାଙ୍କ She ଟିମ୍ । 9438916707 ଏବଂ 06815-222388 ଦୁଇଟି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଏନେଇ ଗଜପତିରେ ଗତ ସପ୍ତାହେ ହେଲା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। She ଟିମ୍କୁ ନେଇ ସ୍ପେଶାଲସଙ୍ଗ୍ ଏବଂ ଆଓ୍ବାରନେସ୍ କ୍ୟାମ୍ପେନ ସରିଛି । ଏବେ ଆକ୍ସନ ଟାଇମ୍ ।

ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ମହିଳାଙ୍କ ସୁରକ୍ଷାକୁ ନେଇ ଏସପି ସାରା ଶର୍ମାଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଜିଲ୍ଲାରେ ଶିଶୁ ମିତ୍ର ଥାନା ନିର୍ମାଣଠାରୁ ଆରମ୍ଭ କରି ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ରାସ୍ତାରେ ବୁଲି ସହାୟତା ଭିକ୍ଷା କରିବା ପର୍ଯ୍ୟନ୍ତ ଗଜପତି ଏସପି ସାରା ଶର୍ମା ବିଭିନ୍ନ ଆକ୍ଟିଭିଟି କରି ଖୁବ୍ ଆଦର ସାଉଣ୍ଟିଛନ୍ତି। ଏବେ ପୁଣି ମହିଳାଙ୍କ ସୁରକ୍ଷା ପାଇଁ She ଟିମ୍ ଭଳି କାର୍ଯ୍ୟକ୍ରମ ତାଙ୍କୁ ଆହୁରି ସାଧାରଣଲୋକଙ୍କ ନିକଟତର କରିଛି।
