ଗଜପତି ଏସପି ସାରା ଶର୍ମା ଗାଇଲେ ଗୀତ, ନାରୀ ସୁରକ୍ଷା ପାଇଁ ଆରମ୍ଭ କଲେ ‘ସି- ଟିମ’(she team)

Published By : Prameya-News7 Bureau | June 26, 2019 IST

ପାରଳାଖେମୁଣ୍ଡି୨୬|୬: ପୁଣି ଚର୍ଚ୍ଚାରେ ଆଇପିଏସ୍‌ ସାରା ଶର୍ମା । ଗଜପତି ଜିଲ୍ଲାରେ ନାରୀ ସୁରକ୍ଷା ପାଇଁ ଗଜପତି ପୋଲସ ପକ୍ଷରୁ ଆରମ୍ଭ ହୋଇଛି ସି ଟିମ କାର୍ଯ୍ୟକ୍ରମ  । ଏସ୍‌ବି ସାରା ଶର୍ମା ଗୀତ ଗାଇ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରିଛନ୍ତି ।ଏହି ସାଢେ ୪ ମିନିଟର ଭିଡିଓ ବେଶ ଧୁମ ମଚାଇଥିବା ବେଳେ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି ।

{"id":127482}

ଏସ୍‌ପିଙ୍କ ସି ଟିମ୍‌ । ନାରୀଙ୍କ ସୁରକ୍ଷା ପାଇଁ କରିଛୁ ପଣ । ଆମେ ସି ଟିମ୍‌ ।…. ଆଇ.ପି.ଏସ୍ ସାରା ଶର୍ମାଙ୍କ ଆୱାରନେସ୍ ଗୀତକୁ ନେଇ ଚର୍ଚ୍ଚା । ଲୋକଙ୍କୁ ସଚେତନେତା କରିବା ପାଇଁ ସାଢେ ୪ମିନିଟର ଗୀତ ଗାଇଛନ୍ତି ଗଜପତି ଏସ୍‌ପି ସାରା ଶର୍ମା । ଏବେ ଏହା ବେଶ ଲୋକପ୍ରିୟ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

{"id":127486}

ଅନେକ ସମୟରେ ବିଭିନ୍ନ କ୍ଷେତ୍ରରେ ନାରୀମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ସ୍କୁଲ କଲେଜରେ ମଧ୍ୟ ଛାତ୍ରୀମାନେ ଅସୁରକ୍ଷିତ ମଣୁଛନ୍ତି । ଏଭଳି କ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ଆରମ୍ଭ କରିଛି ସି ଟିମ୍ । ଜଣେ ମହଳା ଇନସପେକ୍ଟରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ୍‌ ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି କାର୍ଯ୍ୟାଳୟକୁ ଯାଇ ମହିଳାମାନଙ୍କ ସୁରକ୍ଷା ତଦାରଖ କରିବ ବୋଲି ଏସପି କହିଛନ୍ତି  ।

{"id":127490}

କିଶୋରୀ ଓ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲସ ପକ୍ଷରୁ ଆରମ୍ଭ ହୋଇଛି ସି ଟିମ କାର୍ଯ୍ୟକ୍ରମ । ସୋମବାର ଏହାର ଲୋଗ ଉଦଘାଟନ ହୋଇଥିବା ବେଳେ ଆଜି ଏହାର ଗୀତ ଲୋକାର୍ପଣ ହୋଇଛି । ଏସପି ସାରା ଶର୍ମା ଏହାକୁ ଉଦଘାଟନ କରିଛନ୍ତି  । ସି ଟିମ୍‌ଗୀତକୁ ଖୋଦ ଏସପି ସାରା ଶର୍ମା ଗାଇଥିବା ବେଳେ ଏହାର ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ରଘୁନାଥ ପାତ୍ର ।

{"id":127493}

ୟଙ୍ଗ ଏସ୍.ପି. ସାରା ଶର୍ମା ପୂର୍ବରୁ ମଧ୍ୟ ନିଜର ପାରଦର୍ଶିତା ପାଇଁ ଚର୍ଚ୍ଚାରେ ଥିଲେ । ଫୋନି ସମୟରେ ବିଭିନ୍ନ ସ୍ଥାନ ବୁଲି ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ନିଜେ ସାହାଯ୍ୟ ଭିକ୍ଷା କରିଥିଲେ । ଏବେ ନାରୀ ସୁରକ୍ଷା ପାଇଁ ଏସ୍‌ପିଙ୍କ ଏଭଳି ପଦକ୍ଷେପ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି ।

{"id":127495}
wp:core-embed/youtube {"url":"https://www.youtube.com/watch?v=dKRJxzPbURI","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=dKRJxzPbURI
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.