ଗଜପତି ଜିଲ୍ଲା ଗସ୍ତରେ ସୁପ୍ରିମକୋର୍ଟର ଟ୍ରିବ୍ୟୁନାଲ ଟିମ୍ : ଓଡିଶାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବ ଟିମ୍

Published By : Prameya-News7 Bureau | December 25, 2018 IST

ଗଜପତି ୨୫/୧୨: ଵଂଶଧାରା ନଦୀରେ ନେରିଡି ପ୍ରକଳ୍ପକୁ ନେଇ ଆନ୍ଧ୍ର-ଓଡିଶା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟର ଟ୍ରିବ୍ୟୁନାଲ ଟିମ୍‌ ଗଜପତି ଜିଲ୍ଲା ଗସ୍ତରେ ବାହାରିପଡ଼ିଛି। ଓଡିଶାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବ ଟିମ୍। ଜଷ୍ଟିସ ମୁକୁନ୍ଦ ଶର୍ମାଙ୍କ ନେତୃତ୍ବରେ ୪ଜଣିଆ ଟିମ୍‌ ପରିଦର୍ଶନ କରିବେ। ଗତକାଲି ଆନ୍ଧ୍ରପ୍ରଦେଶର ପ୍ରସ୍ଥାବିତ ପ୍ରକଳ୍ପ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା ଟିମ୍।ବଂଶଧାରା ନଦୀ ଜଳକୁ ଆନ୍ଧ୍ର ସରକାର ପ୍ରକଳ୍ପ ନିର୍ମାଣ କରି ଅପହରଣ କରି ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଏହା ଦ୍ବାରା ଓଡିଶାର ବହୁ କ୍ଷତି ହେବାର ଆଶଙ୍କା ରହିଛି । ବିଶେଷ କରି ଗଜପତି ଜିଲ୍ଲା କାଶୀନଗର ଏବଂ ରାୟଗଡା ଜିଲ୍ଲାର ଗୁଣୁପୁର ଅଞ୍ଚଳ ବନ୍ୟା ଏବଂ ମରୁଡି ପ୍ରଭାବିତ ହେବ  । ତେଣୁ ଏହାକୁ ଓଡିଶା ବିରୋଧ କରି ଆସୁଥିବାବେଳେ ଏହି ମାମଲା ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.