Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ପାଠ ପଢାଇଲେ ଜିଲ୍ଲାପାଳ : Bigstory Followup

30/06/2018 at 8:51 AM

ପିଲାଙ୍କୁ ଭୂଗୋଳ ପଢାଇଲେ ଜିଲ୍ଲାପାଳ । ମାନଚିତ୍ର ଆଙ୍କିବା, ଦେଶର ଚତୁଃପାର୍ଶ୍ବରେ ଥିବା ଦେଶ ସାଗର ଆଦି ସମ୍ପର୍କରେ ପିଲାଙ୍କୁ ଜ୍ଞାନ ବାଣ୍ଟିବା ଭଲି ମହତ କାମ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା । ଟିଚ ଗଜପତିର ଏହା ଏକ ଅଂଶ ବିଶେଷ ବୋଲ ଜିଲ୍ଲାପାଳ କହିଥିବା ବେଳେ ଏଭଲି ପଦକ୍ଷେପକୁ ନେଇ ସ୍କୁଲର ଛାତ୍ର ମାନେ ବେଶ ଉତ୍ସାହିତ ।
ଶୁକ୍ରବାର ସକାଳ ୧୦.୩୦ । ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ ଜିଲ୍ଲାପାଳ ଅନୁପମ ଶାହା । ଏବଂ ସିଧା ଯାଇ ପହଞ୍ଚିଥିଲେ ନବମ ଶ୍ରେଣୀ କକ୍ଷରେ । ହାତରେ ଚକ ଧରି ପିଲାଙ୍କୁ ପଢାଇଥିଲେ ଭୂଗୋଳ ପାଠ । ମାନଚିତ୍ର ଆଙ୍କିବା ସହ ଦେଶର ଚତୁଃପାର୍ଶ୍ବରେ ଥିବା ଦେଶ ଏବଂ ସାଗର ଆଦି ସମ୍ପର୍କରେ ବୁଝାଇଥିଲେ ପିଲାଙ୍କୁ । କେବଳ ସେତିକି ନୁହେଁ ଏନେଇ ପିଲାଙ୍କୁ ସହ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ମଧ୍ୟ କରିଥିଲେ ଜିଲ୍ଲାପାଳ। ଏହା ସରିବା ପରେ ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ହାତକୁ ନିଆଯାଇଥିବା ଟିଚ ଗଜପତିର ଏହା ଏକ ଅଂଶ ବିଶେଷ ବୋଲି ଜିଲ୍ଲାପାଳ କହିବା ସହ ଏହି କାର୍ଯ୍ୟକ୍ରମରେ ଯେ କୌଣସି ବ୍ୟକ୍ତି ନିଜକୁ ସାମିଲ କରି ନିଜ ପିଲାଙ୍କ ଉର୍ନ୍ନତି ରେ ସହାୟକ ହୋଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଜିଲ୍ଲାପାଳଙ୍କ ଶିକ୍ଷକ ଅବତାର ଉତ୍ସାହିତ କରିଛି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କୁ । ଏହି ଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ଏବଂ ଭବିଷ୍ୟତରେ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିଲେ ପିଲା ମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ସଂପୃକ୍ତ ସ୍କୁଲର ଶିକ୍ଷୟତ୍ରୀ ଏବଂ ଛାତ୍ର ମାନେ ।
ମୋ ସ୍କୁଲ ଶିକ୍ଷାର ଉର୍ନ୍ନତି ପାଇଁ ସରକାର ମୋ ସ୍କୁଲ ଭଳି ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଜିଲ୍ଲାପାଳଙ୍କ ଏହି ଉଦ୍ୟମ ନିଶ୍ଚିତ ଭାବେ ଏହି କାର୍ଯ୍ୟକ୍ରମକୁ ସଫଳ ।

   Related Posts