ବୌଦ୍ଧ ଡିମିରଖୋଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

Published By : Prameya-News7 Bureau | November 27, 2018 IST

ବୌଦ୍ଧ ୨୭|୧୧: ବୌଦ୍ଧ ଗୁନ୍ଦୁଳିଆ ପଞ୍ଚାୟତ ଡିମିରଖୋଲ୍ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ସ୍କୁଲ ଘର ବିପଦଶଙ୍କୁଳ ଅବସ୍ଥାରେ । ସ୍କୁଲର ପାଚେରୀ ନାହିଁ । ପ୍ରଧାନଶିକ୍ଷକ ଏବଂ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଅର୍ଥ ହଡପ ହେଉଥିବା ଅଭିଯେ।ଗ ହେ।ଇଛି । ଯାହାର ପରିଣାମ ଭେ।ଗୁଛନ୍ତି ଛାତ୍ରଛାତ୍ରୀ । ଖେ।ଲା ଆକାଶ ତଳେ ଚାଲିଛି ପାଠପଢ଼ା । ସେଇଠି ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ । ସ୍କୁଲ ଘର ବିପଦଶଙ୍କୁଳ ଅବସ୍ଥାରେ । ସ୍କୁଲର ପାଚେରୀ ନାହିଁ । ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ଦେଖା ନାହିଁ ।  ସହକାରୀ ଶିକ୍ଷକଙ୍କ ଉପସ୍ଥିତିରେ ଚାଲିଛି ସ୍କୁଲର ପାଠପଢ଼ା । ବୌଦ୍ଧ  ସଦର  ବ୍ଲକ ଗୁନ୍ଦୁଳିଆ ପଞ୍ଚାୟତ ଡିମିରଖୋଲ୍ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଯେମିତି ପୂରା ବିପର୍ଯ୍ୟସ୍ତ । ସ୍କୁଲର ଗୃହ ନିର୍ମାଣ ପାଇଁ ସରକାର ପକ୍ଷରୁ ଅନୁଦାନ ଆସିଥିଲା ।  ପ୍ରଧାନଶିକ୍ଷକ ଏବଂ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଅର୍ଥ ହଡପ ହେଉଥିବା ଅଭିଯେ।ଗ ହେ।ଇଛି । ଯାହାର ପରିଣାମ ଭେ।ଗୁଛନ୍ତି ଛାତ୍ରଛାତ୍ରୀ । ଅର୍ଥ ହଡପ  ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ କେବଳ ଦରମା ବନ୍ଦ କରି  ଚୁପଚାପ ବସି ଯାଇଛନ୍ତି ପ୍ରଶାସନ ।  ପ୍ରଧାନଶିକ୍ଷକଙ୍କ କହିବା କଥା, ସ୍କୁଲ ଗୃହ ନିର୍ମ।ଣ ପାଇଁ ଆସିଥିବା ସାମଗ୍ରୀ ସବୁ ଚୋରି ହୋଇଯାଇଛି । ଫଳରେ ମୋର ଦରମା ବନ୍ଦ କରିଦିଆଯାଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବେ।ଲି କହିଛନ୍ତି ଜିଲ୍ଲାପାଳ । ଡିମିରଖୋଲ୍ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଲାଗୁଛି ଯଦି ପିଲାଏ ଏମିତି ପଢ଼ିବେ ତେବେ​ ପିଲାଏ ବଢ଼ିବେ କେମିତି । ସେପଟେ ଏନେଇ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.