Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଆସିଲେନି ଗଜପତି, ସ୍ନାନମଣ୍ଡପରେ ଛେରାପହଁରା ସମ୍ପାଦନ କଲେ ମୁଦିରସ୍ତ

5/06/2020 at 3:08 PM

ପୁରୀ ୫।୬: ସ୍ନାନବେଦୀରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ତେବେ ଆଜି ପ୍ରଥମ ଥର ଲାଗି ସ୍ନାନ ମଣ୍ଡପକୁ ଆସିଲେନାହିଁ ଗଜପତି ମହାରାଜ ଦିବ୍ୟସିଂହଦେବ । ସ୍ନାନମଣ୍ଡପରେ ଛେରା ପହଁରା କରିବାକୁ ଆସିଲେନି ଗଜପତି । ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରା ପହଁରା କରିଛନ୍ତି । ଛେରାପହଁରା କରିସାରିବା ପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ହୋଇଥିଲା ।

ତେବେ ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା ଅନୁଯାୟୀ ଗଜପତି ମହାରାଜଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଶ୍ରୀଜିଉଙ୍କ ଛେରାପହଁରା କରିପାରିବେ । ଆଜି ଏହି ପରମ୍ପରାକୁ ଅନୁସରଣ କରି ପବିତ୍ର ସ୍ନାନ ଯାତ୍ରାରେ ମୁଦିରସ୍ତ ଛେରାପହଁରା କରିଛନ୍ତି ।

ତେବେ ସ୍ନାନଯାତ୍ରାରେ ଅନୁପସ୍ଥିତି ନେଇ ସ୍ପଷ୍ଟ କରିଛନ୍ତି ଗଜପତି । ସେ କହିଛନ୍ତି ଯେ, କୋଭିଡ୍ ଗାଇଡ୍ ଲାଇନ୍ ମାନି ଶ୍ରୀନଅରରେ ରହିଥିଲେ । ଦୁଇଟି କାରଣ ପାଇଁ ଶ୍ରୀନଅରରେ ମୁଁ ରହିଥିଲି ବୋଲି ଗଜପତି କହିଥିଲେ । ଧର୍ମୀୟ କାର୍ଯ୍ୟକ୍ରମରେ ୭ ଜଣଙ୍କଠାରୁ ଅଧିକ ଉପସ୍ଥିତ ରହିପାରିବେନାହିଁ । ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ଘରୁ ବାହାରିବା ମନା । ଆଜିକୁ ମିଶାଇ ଦୁଇ ଥର ଛେରାପହଁରା କରିନଥିବା ନେଇ ଗଜପତି କହିଛନ୍ତି ।

ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତ ଓ ୧୪୪ ଧାରା ଜାରି ମଧ୍ୟରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଶେଷ ହୋଇଛି । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ନିର୍ଦ୍ଧାରିତ ସମୟରେ ସରିଥିଲା ଶ୍ରୀଜିଉଙ୍କ ନୀତିକାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଅଞ୍ଚଳରେ ଜାରି ହୋଇଥିଲା ୧୪୪ ଧାରା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୮ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲା।

ଶ୍ରୀକ୍ଷେତ୍ରରେ ପୂର୍ବବର୍ଷ ପରି ନଥିଲା ଭକ୍ତଙ୍କ ଗହଳ ଚହଳ। ନା ଶୁଭୁଥିଲା ଶଙ୍ଖ ଧ୍ବନି କି ଘଣ୍ଟ ମାଡ। କିନ୍ତୁ ସୁରୁଖୁରୁରେ ଚାଲିଥିଲା ମହାପ୍ରଭୁଙ୍କ ନୀତି। ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ୍-୧୯ ସାମାଜିକ କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା ପହଣ୍ଡି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୧ଟା ୨୫ରେ ମଙ୍ଗଳାର୍ପଣ, ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ରାତ୍ର ୧ଟା ୪୦ରୁ ୩ଟା ୧୦ ମଧ୍ୟରେ ସ୍ନାନମଣ୍ଡପରେ ବିରାଜିତ ହୋଇଥିଲେ। ପରେ ମଦନମୋହନ ବିଜେହୋଇ ମଙ୍ଗଳଆଳତି, ମଇଲମ୍, ତଡପଲାଗି ସରିବା ପରେ ଅଧର ପୋଛା ହୋଇଥିଲା । ସୂର୍ଯ୍ୟପୂଜା, ଦ୍ବାରପାଳପୂଜା ପରେ ସୁନା କୂଅରୁ ଗରାବଡୁ ସେବକ ସୁବାସିତ ଜଳ ସ୍ନାନମଣ୍ଡପକୁ ଜଳବିଜେ କରିଥିଲେ।  ଜଳପୂଜା, ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ଶେଷ ହୋଇ ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିସାରିବା ପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ହୋଇଥିଲା ।

   Related Posts