ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ୍, କୋଭିଡ୍ ଟେଷ୍ଟ ରିପୋର୍ଟ ନଥିଲେ ମିଳିବନି ପ୍ରବେଶ ଅନୁମତି

Published By : Prameya-News7 Bureau | April 14, 2021 IST

ଗଜପତି ୧୪।୪: ବୁଧବାରଠାରୁ ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ୍ କଲା ପ୍ରଶାସନ ।  ମୁଖ୍ୟତଃ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ, ଛତିଶଗଡ଼ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ମୁଖ୍ୟତଃ ଏହି ଅଞ୍ଚଳରୁ ଆସୁଥିବା ଲୋକେ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦ୍ବିତୀୟ ପର୍ଯ୍ୟାୟରେ ଟିକା ଗ୍ରହଣ କରିଥିବା ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ । ଯେଉଁମାନଙ୍କ ପାଖରେ ନାହିଁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ଓ ସେମାନଙ୍କୁ ୭ ଦିନିଆ ଆଇସୋଲେସନରେ ରଖାଯିବ । ମାସ୍କ ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ।  ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.