ଥମୁନି ମମିତା ମେହେର ହତ୍ୟା ତାତି, ଆଜି ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ

Published By : Prameya-News7 Bureau | November 06, 2021 IST

ମୋହନା ୦୬।୧୧:  ଆଜି ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ । ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ପ୍ରତିବାଦରେ ଗଜପତି ବନ୍ଦ । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି ।

{"id":539130,"sizeSlug":"full","linkDestination":"none"}

ସେପଟେ ବନ୍ଦର ପ୍ରଭାବ ସକାଳୁ ସକାଳୁ ଜିଲ୍ଲ୍ଲାରେ ଦେଖିବାକୁ ମିଳିଛି । ସକାଳ ୬ରୁ ସଂଧ୍ୟା ୬ ଯାଏ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ମୋହନା, ଚନ୍ଦ୍ରଗିରି, ଅଡବା, ଆର. ଉଦୟଗିରିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ବିଜେପି କର୍ମୀ ପିକେଟିଂ କରିବା ଆରମ୍ଭ କରିଛନ୍ତି । ଦୋକାନ ବଜାର ଏବଂ ବସ୍ ଚଳାଚଳ ବନ୍ଦ ରହିଛି । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି।

{"id":539131,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.