Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ

22/06/2021 at 2:01 PM

ପୁରୀ ୨୨।୬: ଭକ୍ତ, ଭଗବାନଙ୍କ ମଧ୍ୟରେ କରୋନା ସାଜିଛି ବାଧକ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଯୋଗୁଁ ମହାପ୍ରଭୁଙ୍କ ସ୍ନାନଯାତ୍ରା ସହ ଗଜାନନ ବେଶ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ। ତେବେ ଭକ୍ତଙ୍କ ଭାବନାକୁ ନଜରରେ ରଖି ଆଇସକ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ ନିର୍ମାଣ କରିଛନ୍ତି ପୁରୀ ସିଦ୍ଧମହାବୀର ଅଞ୍ଚଳର ବିଶ୍ବଜିତ ନାୟକ।

ଗତବର୍ଷ ଭଳି ଚଳିତବର୍ଷ ଅର୍ଥାତ ଆସନ୍ତା ୨୪ ତାରିଖରେ କୋଭିଡ୍ କଟକଣା ସହ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ତେଣୁ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ରହିବେ। ତେବେ ଭକ୍ତଙ୍କ ଭାବନାକୁ ନଜରରେ ରଖି ବିଶ୍ବଜିତ ୧୪୭୫ଟି ଆଇସକ୍ରିମ୍ କାଠିରେ ପ୍ରଭୁ ଜଗନ୍ନାଥଙ୍କ ଗଜାନନ ବେଶ ନିର୍ମାଣ କରିଛନ୍ତି ।

ଏହି ବେଶର ଉଚ୍ଚତା ୩୦ ଇଞ୍ଚ ହୋଇଥିବା ବେଳେ ପ୍ରସ୍ଥ ରହିଛି ୨୬ ଇଞ୍ଚ । ଏହାକୁ ନିର୍ମାଣ କରିବା ପାଇଁ ବିଶ୍ବଜିତଙ୍କୁ ୧୫ ଦିନ ସମୟ ଲାଗିଥିଲା ।  ଆଇସକ୍ରିମ କାଠିରେ ନିର୍ମାଣ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଗଜାନନ ବେଶକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ସେ ଉତ୍ସର୍ଗ କରିଥିବା କହିଛନ୍ତି ।

   Related Posts