Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ଧରାବତରଣ କରିବେ ଧନଦାତ୍ରୀ, କରୋନା କଟକଣା ପାଇଁ ଉତ୍ସାହ ଫିକା

19/10/2021 at 7:34 AM

ଢେଙ୍କାନାଳ/ଖୋର୍ଦ୍ଧା,୧୯/୧୦:   ମଙ୍ଗଳବାର ଗଜଲକ୍ଷ୍ମୀ ପୂଜା । ଧନଦାତ୍ରୀଙ୍କ ପୂଜା ପାଇଁ ଖୋର୍ଦ୍ଧା ସହରରେ ଚାଲିଛି ଜୋରଦାର ପ୍ରସ୍ତୁତି । କୋଭିଡ କଟକଣାରେ ଏଥର ସହରରେ ୩୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମା’ । ସେପଟେ ମାଙ୍କର ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।

ବିଦାୟ ନେଲେ ଜଗତଜନନୀ, ଧରାବତରଣ କରିବେ ଧନଦାତ୍ରୀ । ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଖୋର୍ଦ୍ଧା ସହରରେ ଜୋରଦାର ପ୍ରସ୍ତୁତି । ସହରର ୩୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମହାଲକ୍ଷ୍ମୀ । କିନ୍ତୁ ପୂର୍ବ ବର୍ଷ ଭଳି ଆଡମ୍ବର ନୁହେଁ ପରମ୍ପରା ରକ୍ଷା ପାଇଁ କୋଭିଡ କଟକଣାରେ ପୂଜା ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁଙ୍କୁ ମଣ୍ଡପ ମନା । କେବଳ ପୂଜା କମିଟି ସଦସ୍ୟଙ୍କ ଉପସ୍ଥିତିରେ ହେବ ଗଜଲକ୍ଷ୍ମୀ ପୂଜା ।

ଆହୁରି ମଧ୍ୟ ହାତରେ ସମୟ କମ୍ । ତେଣୁ କାରିଗରଙ୍କ ହାତକୁ ଫୁରସତ ନାହିଁ । ଗୁରୁଜଙ୍ଗ ମାଳିସାହିରେ କୋଭିଡଜ କଟକଣା ଅନୁଯାୟୀ ୪ ଫୁଟ ଭିତରେ ମୂର୍ତ୍ତି ନିର୍ମାଣ କରାଯାଉଛି । ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଲଘୁଚାପ ବର୍ଷା କିନ୍ତୁ ମୂର୍ତ୍ତି ନିର୍ମାଣରେ ବାଧକ ସାଜିଛି । ତଥାପି ସମୟ ଭିତରେ ପୂଜା ମଣ୍ଡପକୁ ମୂର୍ତ୍ତି ହସ୍ତାନ୍ତର କରାଯିବ । ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳକୁ ଏଠାରୁ ମୂର୍ତ୍ତି ଯାଇଥାଏ ।

ସେହିପରି ମଙ୍ଗଳବାରଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜ ଲଷ୍ମୀ ପୂଜା । କୋଭିଡ କଟକଣା ମଧ୍ୟରେ ୩୮ଟି ମଣ୍ଡପରେ ପୂଜା ପାଇଁ ଚାଲିଛି ପ୍ରସ୍ତୁତି । ୧୧ ଦିନ ଧରି ପୁରା ରୀତିନୀତିରେ ଚାଲିବ ମାଆଙ୍କ ଆରାଧନା । ହେଲେ ଚଳିତ ବର୍ଷ ବି କୋଭିଡ କଟକଣା ପାଇଁ ସହରବାସୀଙ୍କ ମନ ଉଣା ରହିଛି । କରୋନା ପୂଜାକୁ ଫିକା କରିଦେଇଛି ।

   Related Posts