ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଲାଣି କେନ୍ଦ୍ରାପଡା, ଏବର୍ଷ ବି ମାହୋଲ ଫିକା ପକାଇବ କରୋନା କଟକଣା

Published By : Prameya-News7 Bureau | October 17, 2021 IST

କେନ୍ଦ୍ରାପଡା, ୧୭|୧୦:   ସଜେଇ ହେଲାଣି କେନ୍ଦ୍ରାପଡା । ମା' ଗଜଲକ୍ଷ୍ମୀଙ୍କ ଧରାବତରଣ ପାଇଁ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଭଳିକି ଭଳି ରଙ୍ଗରେ ସଜାଉଛନ୍ତି କାରିଗର । ଲକ୍ଷ୍ମୀଙ୍କ ମଣ୍ଡପରେ ପୂଜା ପାଉଥିବା ଥିବା ବାହାନ,ଶଖୀ ଓ ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ୟ ରଙ୍ଗ କରାଯାଉଛି । କାରିଗରଙ୍କ ହାତକୁ ଫୁରସତ ନାହିଁ । ଚଳିତ ବର୍ଷ ୬୭ଟି ମଣ୍ଡପରେ ମାଆ ଲକ୍ଷ୍ମୀ ପୂଜା ପାଇବେ । ବିଭିନ୍ନ ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ପାଉଥିବାବେଳେ କେତେକ ମଣ୍ଡପରେ ନିତାଇ ଗୌରୀ, ମହାବୀର, ହର ପାର୍ବତୀ ଓ ଅନ୍ୟ ଦେବାଦେବୀ ପୂଜା ପାଇଥାନ୍ତି ।

ସରକାରଙ୍କ ଗାଇଡଲାଇନ ଅନୁସାରେ ୪ଫୁଟ ଭିତରେ ମୂର୍ତ୍ତି ପୂଜା ପାଇବ । ମଣ୍ଡପରେ ମାତ୍ର ୭ଜଣଙ୍କୁ ରହିବାକୁ ଅନୁମତି ରହିଥିବାବେଳେ ଭକ୍ତଙ୍କୁ ବାରଣ କରାଯାଇଛି । କୋଭି଼ କଟକଣା ଯୋଗୁ ପୂଜା ମାହୋଲ ଫିକା ପଡିଥିବାବେଳେ କାହା ମନରେ ଉତ୍ସାହ ନାହିଁ । ୨୫ରେ ମଣ୍ଡପରେ ଦେବୀଙ୍କ ବିସର୍ଜନ ହେବା ସହ ୨୬ରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ ।

କୋଭିଡ ଗାଇଡଲାଇନ ପାଳନ ପାଇଂ ପୂଜା କମିଟି ଗୁଡିକୁ କଡା ନିର୍ଦ୍ଦେଶ ଦିଆଯାଇଥିବାବେଳେ ଯାଞ୍ଚ ପାଇଁ ପୋଲିସର ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.