ଧରାପୃଷ୍ଠରେ ଧନଦାତ୍ରୀ ; ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ଢେଙ୍କାନାଳ ସହର
26/10/2018 at 11:36 AM

ଢେଙ୍କାନାଳ ୨୬|୧୦: ଧରାପୃଷ୍ଠରେ ଧନଦାତ୍ରୀ । ଆକର୍ଷଣୀୟ ତୋରଣ ସାଙ୍ଗକୁ ରଂଗ ବେରଙ୍ଗ ଆଲୋକମାଳାରେ ଝଲସୁଛି ଢେଙ୍କାନାଳ ସହର । ସରିଛି ମା’ ଗଜଲକ୍ଷ୍ମୀଙ୍କ ଆବାହନ । ପୂଜା ମଣ୍ଡପଗୁଡ଼ିକ ପକ୍ଷରୁ ଶୁଭ କଳସ ସ୍ଥାପନା ସାଙ୍ଗକୁ ସଂନ୍ଧ୍ୟା ପରେ ମାଙ୍କୁ ଆବାହନ କାରଯାଇଛି । ହୋମଯଜ୍ଞ, ପୂଜକଙ୍କ ମନ୍ତ୍ର ଧ୍ବନି,ଧୂପ, ଦୀପ ନୈବେଦ୍ୟ ସାଙ୍ଗକୁ ପାରମ୍ପରିକ ବାଦ୍ୟରେ କମ୍ଫୁଛି ସାରା ସହର । ମା’ଙ୍କ ଆବାହନ ପରେ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ମା’ଙ୍କ କୃପା ପାଇଁ ମଣ୍ଡପରେ ଶ୍ରଦ୍ଧାଳୁମାନେ ଭିଡ ଜମାଉଛନ୍ତି ।
ଚଳିତ ବର୍ଷ ୧୧ ଦିନ ବ୍ୟାପି ଗଜଲକ୍ଷ୍ମୀ ପୂଜା ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୪ ତାରିଖରେ ହେବ ଭସାଣି ଉତ୍ସବ ।ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।