Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଧନ ଓ ଅନ୍ନ ଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବ ମୁଖର ଗାଁ ଓ ସହର

14/10/2019 at 10:47 PM

ବଲାଙ୍ଗୀର – ଧରାବତରଣ କରିଛନ୍ତି ଧନ ସମ୍ପଦର ଅଧିକାରିଣୀ ମା’ ଗଜଲକ୍ଷ୍ମୀ । ଏଥିପାଇଁ ଉତ୍ସବମୁଖର ହେ।ଇଉଠିଛି ବଲାଙ୍ଗୀର ସହର । ଆକର୍ଷଣୀୟ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ଆରାଧନା ।ସେପଟେ ଧୂମଧାମରେ ଜହ୍ନିଓଷା କରିଛନ୍ତି କୁଆଁରୀ ।

ଜଗତଜନନୀ ମାଁ ଦୂର୍ଗାଙ୍କ ବିଦାୟ ପରେ ଧରାବତରଣ କରିଛନ୍ତି ଧନ ଓ ଅନ୍ନ ଦାତ୍ରୀ  ମା’ ଗଜଲକ୍ଷ୍ମୀ । ମା’ଙ୍କ ଆଗମନକୁ ନେଇ ବଲାଙ୍ଗୀର ଜିଲ୍ଲାରେ ଭକ୍ତିମୟ ପରିବେଶ । ସହରରେ ଏଥର ୧୦ରୁ ଅଧିକ ସ୍ଥାନରେ ଚାଲିଛି ମା’ ଲକ୍ଷ୍ମୀଙ୍କ ପୂଜା । ଆକର୍ଷଣୀୟ ପୂଜା ମଣ୍ହପ ସାଙ୍ଗକୁ ସୁଉଚ୍ଚ ତେ।ରଣ ଦର୍ଶକଙ୍କୁ ବିମେ।ହିତ କରୁଛି । ରବିବାର ସନ୍ଧ୍ୟା ୭ଟାରେ ରୀତିନୀତି ଅନୁଯାୟୀ ଆରମ୍ଭ ହେ।ଇଥିଲା ଧନଦାତ୍ରୀଙ୍କ ପୂଜା । ଆଉ ବିଳମ୍ବିତ ରାତି ଯାଏ ବେଦମନ୍ତ୍ରରେ କମ୍ପିଥିଲା ପୁରା ପରିବେଶ ।

ସେପଟେ ଧୁମଧାମରେ କୁମାର ପୂର୍ଣ୍ଣିମା ପାଳିଛନ୍ତି କୁମାରୀମାନେ । ମାସେ ଧରି ଜହ୍ନିଓଷା ପରେ ଏ ହେଉଛି ଅନ୍ତିମ ପୂଜାର ଦୃଶ୍ୟ । ମାଁ ତୁଳସୀ ଓ ଚନ୍ଦ୍ରଙ୍କୁ ପିଠାମଣ୍ଡା, ସହ ବିଭିନ୍ନ ଫୁଳ ଫଳ ଦେଇ ପୂଜା କରିଛନ୍ତି କୁମାରୀ । ମାଁ ଗଜଲକ୍ଷ୍ମୀ ସମୁଦ୍ର ମନ୍ଥନରୁ କୁଆଁରୀ ଝିଅ ରୂପରେ  ଆବିର୍ଭାବ ହୋଇଥିବାରୁ ଏହି ଦିନ କୁଆଁରୀ ଝିଅ ମାନେ ପୂଜା କରିବାର ରହିଛି ପରମ୍ପରା ।

ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ  ସୁବର୍ଣ୍ଣପୁର ଜିଲ୍ଲାରେ ଭକ୍ତିମୟ ପରିବେଶ । ଜିଲ୍ଲାର ଖଲିଆପାଲି ଗାଁରେ ଏକ ବିରାଟ କଳସ ଯାତ୍ରା ବାହାରିଥିଲା । ଅଂଗନଦୀ କୂଳରେ ପୂଜା କଲାପରେ ୧୦୮ କଳସ ମୁଣ୍ଡେଇ ଗାଁର ଉଭୟ ପୁରୁଷ ଓ ମହିଳାମାନେ ଗାଁ ପରିକ୍ରମା କରିଥିଲେ । ଏହି କଳସ ଯାତ୍ରା ଗାଁର ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ପହଂଚିଥିଲାପରେ ଆରମ୍ଭ ହୋଇଥିଲା ପୂଜା ।

   Related Posts