ନିରାଡ଼ମ୍ବରରେ ଶେଷ ହେଲା ମା’ ଗଜଲକ୍ଷ୍ମୀଙ୍କ ପୂଜା, ମେଲାଣି ଦେଲେ ପଟୁଣିଆ ବାସିନ୍ଦା

Published By : Prameya-News7 Bureau | October 27, 2021 IST

ଚଣ୍ଡିଖୋଲ, ୨୭/୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମରେ ମା ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ୩୬ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମା ଗଜଲକ୍ଷ୍ମୀଙ୍କ ଆବାହନରେ କଳସ ଯାତ୍ରା କରାଯାଇ ମାଆଙ୍କ ଷୋଡଶ ଉପଚାର ପୂଜା କରାଯାଇଛି । ରୀତିନୀତି ଅନୁସାରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା କରାଯାଇଛି । ମନ୍ତ୍ର ଧ୍ୱନି, ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଛି ସମଗ୍ର ପରିବେଶ । ଦୀର୍ଘ ୮ ଦିନ ଧରି ମାଆଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଦିନ ମାଆଙ୍କ ଠାରେ ପୂର୍ଣ୍ଣାହୂତି କରାଯାଇ ବିସର୍ଜନ କରାଯାଇଛି ।

wp:html https://youtu.be/rf5sdklVEGo /wp:html

ପ୍ରତିବର୍ଷ ପଟୁଣିଆ ଗ୍ରାମରେ ମା ଗଜଲକ୍ଷ୍ମୀଙ୍କ ପୂଜା ହୋଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁ ସାଜସଜା ଓ ଯାନିଯାତ୍ରାକୁ ବନ୍ଦ ରହିଥିବା ବେଳେ କେବଳ ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା କରାଯାଇଛି । ପଟୁଣିଆ ଗ୍ରାମରେ ମାଆଙ୍କ ଆବାହନ ଠାରୁ ଗ୍ରାମରେ ଶାନ୍ତି ସହ ସୁଖ ସମୃଦ୍ଧି ବୃଦ୍ଧି ପାଉଥିବା ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଗଜଲକ୍ଷ୍ମୀ ପୂଜାରେ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥାଏ । କରୋନା କଟକଣା ସହ ନିରାଡ଼ମ୍ବରରେ ଶେଷ ହୋଇଛି ମା ଗଜଲକ୍ଷ୍ମୀଙ୍କ ପୂଜା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.