Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମଙ୍ଗଳବାରଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, କୋଭିଡ୍ କଟକଣା ପାଇଁ ଫିକା ପଡିଛି ଉତ୍ସାହ

18/10/2021 at 11:27 AM

ଢେଙ୍କାନାଳ, ୧୮/୧୦:  ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଢେଙ୍କାନାଳର ଗଜଲଷ୍ମୀ ପୂଜା ମହୋତ୍ସବ । ଏଥିପାଇଁ ଢେଙ୍କାନାଳରେ ସମାସ୍ତ ୩୮ଗୋଟି ପୂଜା ପ୍ରତିଷ୍ଠାନ ତତ୍ପର ହୋଇପଡିଛନ୍ତି । ତେବେ ୧୧ଦିନ ଧରି ହେବାକୁ ଥିବା ଲଷ୍ମୀପୂଜା ମହୋତ୍ସବ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଫିକା ରହିଥିବାବେଳେ ମା’ଙ୍କ ପୂଜାକୁ ପରମ୍ପରା ଓ ରୀତିନୀତିରେ କିପରି ପାଳନ କରାଯିବ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ମଣ୍ଡପର କର୍ମକର୍ତା ।  

କୁମାର ପୂର୍ଣ୍ଣମୀ ଅର୍ଥାତ ମଙ୍ଗଳବାର ରାତିରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ଅନ୍ୟତମ ଗଣପର୍ବ ଢେଙ୍କାନାଳର ପ୍ରସିଦ୍ଧ ଲଷ୍ମୀପୂଜା ମହୋତ୍ସବ । ଚଳିତ ବର୍ଷ ୧୯ ତାରିଖ ରାତିରୁ  ଅର୍ଣ୍ଣପୁର୍ଣ୍ଣା ମା’ ଲଷ୍ମୀଙ୍କୁ ଆବାହନ କାରାଯିବ। ଆସନ୍ତା ୨୯ତାରିଖରେ ମାଙ୍କୁ ମେଲାଣି ଦିଆଯିବ ।ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ ସହରରେ ୩୮ଗୋଟି ମଣ୍ଡପରେ ମା’ ଧନଧାତ୍ରୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପାରମ୍ପରିକ ରୀତିନୀତିରେ ପୂଜା କରାଯିବ । ଢେଙ୍କାନଲ ଲଷ୍ମୀପୂଜାର ପରମ୍ପରା ମୁତାବକ ମା’ଙ୍କର ମୃଣୟ ମୂର୍ତ୍ତି ତିଆରି ପାଇଁ ସମୂହ ପୂଜା ପ୍ରତିଷ୍ଠାନ ବ୍ରହ୍ମଣୀନଦୀ କୂଳରୁ ଶୁଭ ମାଟି ଅନୁକୂଳ କରିସାରିଛନ୍ତି । ଏପଟେ ମଣ୍ଡପର କର୍ମକର୍ତାମାନେ ମା’ଙ୍କ ଏହି ଆଗମନ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। 

ମହାମାରୀ କୋଭିଡ ସଂକ୍ରମଣ ଆଶଙ୍କା ରହିଥିବାରୁ ଚଳିତ ବର୍ଷ ପୂଜା ବଜାର ପାଇଁ ଢେଙ୍କାନାଲ ପ୍ରଶାସନ କଡା କଟକଣା ଜାରିକରିଛି। ସାଧାରଣ ଦର୍ଶନ ଉପରେ ରୋକ ଲଗାଇ ଥିବାବେଳେ ଆବଦ୍ଧ  ମଣ୍ଡପରେ ମା’ ଲଷ୍ମୀଙ୍କୁ ପୂଜା କରାଯିବ । କୋଭିଡ କଟକଣା ମୁତାବକ  ପୂଜାକଙ୍କ ସମେତ ମାତ୍ର ୭ଜଣ କର୍ମକର୍ତାଙ୍କ ମଧ୍ୟରେ ସୀମିତ ରହିବ ପୂଜା ମଣ୍ଡପ । ମା’ ଲଷ୍ମୀଙ୍କର ବିଧି ମୁତାବକ ପରମ୍ପରା ଓ ରୀତିନୀତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମିଳିତ ବଜାର ଲଷ୍ମୀପୂଜା କମିଟିର ଅଧ୍ୟକ୍ଷ ।

ଏସବୁ ସତ୍ତ୍ୱେ ମା’ଙ୍କ ଆଗମନ ପାଇଁ ପୂଜା ମଣ୍ଡପମାନଙ୍କରେ ପ୍ରସ୍ତୁତି ଅନ୍ତିମ ପର୍ଯାୟରେ ପହଁଚି ଯାଇଛି । ଚଳିତ ବର୍ଷ ଢେଙ୍କାନାଳର ଏହି ପ୍ରସିଦ୍ଧ ଲକ୍ଷ୍ମୀପୂଜା ମହୋତ୍ସବ ବିଧି ମୁତାବକ କେବଳ ପରମ୍ପରା ଓ ରୀତିନୀତି ମଧ୍ୟରେ ସୀମିତ ରହୁଥିଲେ ମଧ୍ୟ ସାଧାରଣ ଦର୍ଶନ ପାଇଁ କିଛିଟା କୋହଳ କରାଯିବାକୁ ପ୍ରଶାସନ ଘୋଷଣାକୁ ସହରବାସୀ ଚାହିଁ ରହିଛନ୍ତି ।

   Related Posts