ଗାଈ ଭୁଶିଦେଲା, ତା'ପରେ କାମୁଡ଼ିଲା... ଚାଲିଗଲା ବୃଦ୍ଧାଙ୍କ ପ୍ରାଣ

Published By : Prameya-News7 Bureau | July 05, 2020 IST

ବୌଦ୍ଧ୫/୭: ଗାଈ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ। ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଗୋଟେ ପାଗଳା ଗାଈ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ ବନ୍ଧା ପଥର ଗ୍ରାମର ଗୋଟେ ଗାଈ କୁକୁର କାମୁଡାରେ ଆକ୍ରାନ୍ତ ହୋଇ ପାଗଳ ହୋଇଯାଇଛି।

ଜଳାନ୍ତଙ୍କ ଆକ୍ରାନ୍ତ ସନ୍ଦେହ ହୋଇଥିବା ଗାଈଠାରେ କୁକୁର ଭଳି ସବୁ ଲକ୍ଷଣ ରହିଛି। ଗତ କିଛିଦିନ ହେଲା ଲୋକମାନଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବା ସହ କାମୁଡି ମଧ୍ୟ ପକାଉଥିବା ଗ୍ରାମବାସୀ ଦେଖିଛନ୍ତି। ଗତକାଲି ସନ୍ଧ୍ୟାରେ ଗ୍ରାମର ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି କାମୁଡି ଦେଇଥିବା ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ । ରବିବାର ସକାଳୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଗ୍ରାମର ଆଉ କିଛି ବ୍ୟକ୍ତି ମଧ୍ୟ ଗାଈ ଆକ୍ରମଣରେ ଆହତ ହୋଇଛନ୍ତି । ଗାଈକୁ କାବୁ କରିବା ପାଇଁ ଗ୍ରାମବାସୀ ଚେଷ୍ଟାକରି ବିଫଳ ହୋଇଥିବା ବେଳେ ଆଜି ସକାଳେ ଗାଈଟି ମଧ୍ୟ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.