ତିନୋଟି ମନ୍ଦିରରୁ ଲୁଟ୍, ଲକ୍ଷାଧିକ ଟଙ୍କାର ଗହଣା ଓ ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | May 23, 2021 IST

ନୀଳଗିରି,୨୩/୫ : ବାଲେଶ୍ଵର ଜିଲ୍ଲା ଧୋବଶିଳା ପଞ୍ଚାୟତର ତିନୋଟି ମନ୍ଦିରରୁ ଚୋରି । ଶନିବାର ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ସୁନା ଗହଣା,ସାମଗ୍ରୀ ଲୁଟ କରିଛନ୍ତି । ତେବେ ଗୋଟିଏ ମନ୍ଦିର ଅଳ୍ପକେ ବର୍ତ୍ତି ଯାଇଛି।

ସୂଚନା ଅନୁସାରେ, ଶନିବାର ରାତିରେ ଧୋବଶିଳା ଗାଁର  ମାଆ ବଉଳାଇ ମନ୍ଦିର, ମହାଦେବ ମନ୍ଦିର,ସିନ୍ଦୁରାବତୀ ମନ୍ଦିରରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଓ ସାମଗ୍ରୀ ଲୁଟ କରିନେଇଛନ୍ତି ଦୁର୍ବୃତ୍ତ। ରବିବାର ସକାଳେ ପୂଜାରୀ ପୂଜା କରିବାକୁ ଯାଇଥିବା ବେଳେ ଚୋରି ହୋଇଥିବା ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।

ସେହିପରି ଗୋପୀନାଥପୁର ଗ୍ରାମର ଗୋପୀନାଥଜୀଉ ମନ୍ଦିରରେ ଶନିବାର ମଧ୍ୟରାତ୍ରରେ ମୁଖ୍ୟ ଫାଟକରେ ତାଲା ଭାଙ୍ଗି ଭିତରକୁ ଯାଇ ହୁଣ୍ଡି ବାକ୍ସ ଭାଙ୍ଗୁଥିବା ବେଳେ ପାଖ ଘର ଲୋକ ଅରବିନ୍ଦ ପତି ଦେଖି ନେଇଥିଲେ।ତାଙ୍କୁ ଏକ ରଡ଼ ଯୋଗେ ଆକ୍ରମଣ କରିବାର ଉଦ୍ୟମ କରନ୍ତେ ସେ ଦୌଡ଼ି ପଳାଇ ଯାଇଥିଲେ ଦୁର୍ବୃତ୍ତ।ପରେ ଦୁର୍ବୁତ୍ତ ମାନେ ସେଠାରୁ ଚୋରି କରିନପାରି ପଳାଇ ଯାଇଥିଲେ।ଖବର ପାଇ ନୀଳଗିରି ଏସଆଇ ବାସୁଦେବ ଜୟ ସିଂ ଓ ସସ୍ମିତା ମଲ୍ଲିକ  ଆସି ତଦନ୍ତ କରୁଥିବା ଜଣାପଡିଛି।କିଛିଦିନ ଧରି ବିଭିନ୍ନ ଅଞ୍ଚଳର ମନ୍ଦିର ଚୋରି ହେଇଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.