ଲକଡାଉନ୍ ଘୋଷଣା ହେବା ପରେ ଦୋକାନ ଆଗରେ ମଦୁଆଙ୍କ ଲମ୍ବା ଲାଇନ୍, ବୋହି ନେଇଗଲେ ପେଟିପେଟି ମଦ ଓ ବିଅର୍

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ,୧୯/୦୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ୬ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି । ସୋମବାର ରାତି ୧୨ଟାରୁ ଲକଡାଉନ୍ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ବଜାରରେ ପ୍ରବଳ ଭିଡ ଓ ଗହଳି ଚହଳି ଦେଖିବାକୁ ମିଳିଛି ।

ଦିଲ୍ଲୀର ଗୋଲ୍ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲୋକମାନେ ମଦ ଦୋକାନ ସାମ୍ନାରେ ଭୀଡ ଜମାଇଛନ୍ତି । ଏହାସହ ପେଟି ପେଟି ମଦ ଓ ବିଅର ବୋତଲ କ୍ରୟ କରି ନେଇଯାଉଛନ୍ତି ।  ଦରିୟାଗଞ୍ଜ ଓ ଅନ୍ୟ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦଖିବାକୁ ମିଳିଛି ।

ଗୋଲ୍ ମାର୍କେଟରେ ମଦ ଦୋକାନ ସାମ୍ନାରେ ଏତେ ଗହଳି ହୋଇଥିଲା ଯେ ପିସିଆର ଭ୍ୟାନକୁ ଆସିବାକୁ ପଡିଥିଲା । ପୂର୍ବବର୍ଷ ମଧ୍ୟ ଲକଡାଉନ୍ ସମୟରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପୂର୍ବରୁ ରାଜ୍ୟ ସରକାର ଓ୍ୱକଏଣ୍ଡ୍ ଲକଡାଉନ୍ ଲଗାଇଥିଲେ । ଯାହା ଶୁକ୍ରବାର ସନ୍ଧ୍ୟାରୁ ସୋମବାର ସକାଳ ଯାଏଁ ରହିଥିଲା । କିନ୍ତୁ ସ୍ଥିତି ବିଗିଡିବା ପରେ ସରକାର ୬ ଦିନିଆ ଲକଡାଉନ୍ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.