୨୦୨୧ ଡିସେମ୍ବରରେ ୭ଭାରତୀୟଙ୍କୁ ନେଇ ଉଡ଼ିବ ଗଗନଯାନ : ଜାଣିବା କିଛି ଖାସ କଥା

Published By : Prameya-News7 Bureau | January 11, 2019 IST

ବାଙ୍ଗାଲୁରୁ ୧୧/୧ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଗଗନଯାନ ମିଶନର ପ୍ରସ୍ତୁତି ସମ୍ବନ୍ଧରେ କେତେକ ମହତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି | ଏହି ମିଶନରେ ୩ ଜଣିଆ ସଦସ୍ୟଙ୍କ କ୍ରୁ ୭ ଦିନ ପାଇଁ ଅନ୍ତରୀକ୍ଷ ଯାତ୍ରା କରିବେ | ଏହାର ଫାଇନାଲ ଲଂଚିଙ୍ଗ ପୂର୍ବରୁ ୨ଟି ମାନବ ମିଶନ ଅନ୍ତରୀକ୍ଷକୁ ପଠାଯିବ | ଏହି ମିଶନ ପାଇଁ ମୋଦି ସରକାର ଗତବର୍ଷ ୧୦ ହଜାର କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଥିଲେ |

ଇସ୍ରୋର ସବୁଠାରୁ ବଡ ପ୍ରାଥମିକତା ଗଗନଯାନ | ଅନ୍ତରୀକ୍ଷକୁ ମାନବ ମିଶନ ପଠାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ଚତୁର୍ଥ | ଗଗନଯାନ ମିଶନ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ ଭାରତରେ ହିଁ ହେବ | ଏଡଭାନ୍ସ ପ୍ରଶିକ୍ଷଣ ରୁଷରେ ହେବାର ସମ୍ଭାବନା ରହିଛି | ରୁଷ ମିଶନରେ ମହିଳା ଅନ୍ତରୀକ୍ଷ ଯାତ୍ରୀ ଏହି ଟିମରେ ରହିବେ |

{"id":72818}

ଅନ୍ତରୀକ୍ଷରେ ମାନବୀୟ ମିଶନ ପାଇଁ ଜରୁରୀ ଉଚ୍ଚ ଜ୍ଞାନ କୌଶଳର ବିକାଶ କରାଯାଇଛି | ଏହି ଯାତ୍ରା ପାଇଁ ଅନ୍ତରୀକ୍ଷ ଯାତ୍ରୀ ୭ ଦିନ ପାଇଁ ସ୍ପେସରେ ରହିବେ |

ଗତବର୍ଷ ଧୃବୀୟ ଉପଗ୍ରହ ପ୍ରଶିକ୍ଷଣ ଯାନ ଜରିଆରେ ୨୮ ବିଦେଶୀ ଉପଗ୍ରହ ସହ ୩୧ ଉପଗ୍ରହ ସଫଳତା ପୂର୍ବକ ଅନ୍ତରୀକ୍ଷରେ ସ୍ଥାପନ କରାଯାଇଥିଲା |

ଇସ୍ରୋର ସିଵନ ୨୦୧୮ ମସିହାର ଉପଲବ୍ଧି ବୟାନ କରିବାବେଳେ କହିଥିଲେ ଯେ, "କେତେକେ ରକେଟ ଏବଂ ଉପଗ୍ରହ ପ୍ରଶିକ୍ଷଣ ସହ ଏହି ବର୍ଷ ସମ୍ପୂର୍ଣ ବ୍ୟସ୍ତ ଭିତରେ କଟିଗଲା | ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ ଉପଲବ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଗଗନଯାନ ମିଶନ ରହିଥିଲା | ଏହା ଏକ ପ୍ରମୁଖ ଘୋଷଣା |

{"id":72819,"width":583,"height":327}

ସେ କହିଛନ୍ତି ଯେ, ଜିସେଟ-୨୦, ଜିସେଟ-୨୯ ଚଳିତ ବର୍ଷ ଲଞ୍ଚ ହେବ | ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସ ଭିତରେ ଏହି ସାଟେଲାଇଟ ଲଞ୍ଚ ହୋଇଯିବ | ଏହି ସାଟେଲାଇଟ ଲଞ୍ଚ ହେବାପରେ ହାଇ ସ୍ପିଡ଼ କନେକ୍ଟିଭିଟି କୁ ପ୍ରୋତ୍ସାହନ ମିଳିବ | ଏହା ଦ୍ୱାରା ଡିଜିଟାଲ ଇଣ୍ଡିଆର ସ୍ବପ୍ନ ପୁରା ହେବ | ଚଳିତ ବର୍ଷ ଇସ୍ରୋ ୩୨ ମିଶନର ପ୍ଲାନିଂ କରୁଛି ବୋଲି ସେ କହିଛନ୍ତି |

{"id":72820}

ଗଗନଯାନ ମିଶନ ଉପରେ ଗତ ୪ ମାସ ହେଲା କାମ ଚାଲିଛି | କ୍ରୁ ସଦସ୍ୟଙ୍କ ପ୍ରଶିକ୍ଷଣ କାମ ଆରମ୍ଭ ହୋଇଯାଇଛି | ଇସ୍ରୋ ଏବଂ ଆଇଏଏଫ ଦ୍ୱାରା କ୍ରୁ ମେମ୍ବର ଚୟନ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.