ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ଵେର ଏମିତି ମାନ ପରଖିଲେ ସଡକ ମନ୍ତ୍ରୀ, ପବନ ବେଗରେ ଦୌଡାଇଲେ ଗାଡି, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭।୦୯: ଏକ୍ସପ୍ରେସ୍ ଓ୍ଵେରେ ପବନ ବେଗରେ ଦୌଡିଲା ସଡକ ମନ୍ତ୍ରୀଙ୍କ ଗାଡି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ଭିଡିଓ ସଂପ୍ରତି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ଓ୍ଵେର ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି। ଗଡକରୀ ଖୋଦ୍ ଗାଡିରେ ଡ୍ରାଇଭିଙ୍ଗ ସିଟ୍‌ର ପାଖ ସିଟ୍‌ରେ ବସିଛନ୍ତି। ଏହି ସମୟରେ ସେ ଗାଡି ଚାଳକଙ୍କଠୁ କାରର ସ୍ପିଡ୍ ବିଷୟରେ ପଚାରୁଛନ୍ତି। ଏହି ଭିଡିଓରେ ଗାଡି ବହୁ ସ୍ପିଡରେ ଗତି କରୁଛି। ଆଉ ଗାଡିର ସ୍ପିଡୋମିଟର ଘଣ୍ଟା ପ୍ରତି ୧୭୦ କିମି କଣ୍ଟାକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଏହି ଭିଡିଓ ଗୁରୁବାରର। ଏହି ଦିନ କେନ୍ଦ୍ର ମନ୍ତ୍ରୀ ମଧ୍ୟପ୍ରଦେଶର ରତଲାମ ସ୍ଥିତ ଜାଭରାରେ ଥିଲେ। ସେ ଏହି ଅଞ୍ଚଳ ଦେଇ ଯାଇଥିବା ଦିଲ୍ଲୀ-ମୁମ୍ବାଇ ହାଇଓ୍ଵେର ଗୁଣବତ୍ତା ପରଖିବା ପାଇଁ ପହଞ୍ଚିଥିଲେ। ଭିଡିଓରେ ଗଡକରୀ ଗାଡି ଚଲାଉଥିବା ବ୍ୟକ୍ତିଙ୍କଠୁ ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ମେସିନ ଓ ଟେକ୍ନୋଲୋଜି ଉପରେ ମଧ୍ୟ ଆଲୋଚନା କରୁଛନ୍ତି। ତାଙ୍କ କାର ଯେବେ ଟର୍ଣ୍ଣ ମାରୁଛି ସେତିକି ବେଳେ କାରର ସ୍ପିଡ୍ ସାଧାରଣ ରହୁଛି। ଯେମିତି ରାସ୍ତା ସିଧା ପଡୁଛି ଗାଡି ଚଳାଉଥିବା ବ୍ୟକ୍ତି କାରର ସ୍ପିଡ ବଢାଇବା ଆରମ୍ଭ କରୁଛନ୍ତି। ଏହା ପରେ ଗଡକରୀ ଗାଡିର ସ୍ପିଡ୍ କେତେ ଥିବା ପଚାରୁଛନ୍ତି। ସାର ଏବେ ୧୨୦ ସ୍ପିଡ୍ ଥିବା ଚାଳକ କହୁଛନ୍ତି। କିଛି ସମୟ ପରେ ଗଡକରୀ ପୁଣି ପଚାରୁଛନ୍ତି ଯେ ଏବେ ସ୍ପିଡ୍ କେତେ ଅଛି। ଏଥର ଜବାବ ମିଳୁଛି ୧୭୦ ସ୍ପିଡ୍ ସାର।

wp:html /wp:html

ଏହି ରାସ୍ତାର ନୀରିକ୍ଷଣ ପରେ ଗଡକରୀ କହିଛନ୍ତି, ଏହି  ହାଇଓ୍ଵେର ନିର୍ମାଣର ଗୁଣବତ୍ତା ଏତେ ଚମତ୍କାର ହୋଇଛି ଯେ, ଏହା ଉପରେ ଛୋଟ ଛୋଟ ବିମାନ ଅବତରଣ କରାଯାଇ ପାରିବ। ସାମାଜିକ ଗଣମାଧ୍ୟମରେ ଯେଉଁ ଭିଡିଓ ଭାଇରାଲ୍ ହୋଇଛି ଏବଂ କଥାବାର୍ତ୍ତାରୁ ଯାହା ଜଣା ପଡୁଛି ସେଥିରେ ଗଡକରୀ ରାସ୍ତା ନିର୍ମାଣ କରିଥିବା କର୍ମଚାରୀଙ୍କ ସହ କାରରେ ଅଛନ୍ତି। ଯେଉଁ ବ୍ୟକ୍ତି ଗାଡି ଚଳାଉଛି ସେ ମଧ୍ୟ ଏହି  ଏକ୍ସପ୍ରେସ୍ ଓ୍ଵେ  ନିର୍ମାଣକାରୀ ଟିମ୍‌ର ସଦସ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.