ଲଣ୍ଡନର ଟ୍ରାନ୍ସପୋର୍ଟ ମଡେଲକୁ ଭାରତରେ ଲାଗୁ କରିବା ପାଇଁ ଚାହୁଁଛନ୍ତି ନିତୀନ ଗଡ଼କରୀ, ପଢ଼ନ୍ତୁ ପୂରା ଖବର...

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ୬|୯: କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଭାରତରେ ଲଣ୍ଡନର ଟ୍ରାନ୍ସପୋର୍ଟ ମଡେଲ ଲାଗୁ କରିବା ଲକ୍ଷ୍ୟରେ ଅଛନ୍ତି। ନିତୀନ ଗଡ଼କରୀ କହିଛନ୍ତି ଯେ, ଭାରତରେ ଲଣ୍ଡନର ଟ୍ରନ୍ସପୋର୍ଟ ମଡେଲ ଲାଗୁ କରାଗଲେ ପାଖାପାଖି ୧୨-୧୫ ଲକ୍ଷ ନୂଆ ବସ ଦେଶରେ ଚାଲିବ। ସେଥିରୁ କୋଟି କୋଟି ଲୋକଙ୍କୁ ରୋଜଗାର ମିଳିଯିବ। ଇନ୍ଧନର ବ୍ୟବହାର କମିବା ସହ ଗାଡ଼ି ଭଡ଼ା ମଧ୍ୟ ହ୍ରାସ ପାଇବ ବୋଲି ନିତୀନ କହିଛନ୍ତି।ଗତ ଗୁରୁବାର ଦିନ ସୋସାଇଟି ଅଫ୍ ଇଣ୍ଡିଆନ ଆଟୋ ମୋବାଇଲ ମାନ୍ୟୁଫାକ୍ଚରସ୍ ସାର୍ବଜନୀନ ସଭା​‌ରେ ଅଟୋ ଇଣ୍ଡ୍ରିଜ୍‌ର ବରିଷ୍ଠ ଅଧିକାରୀମାନେ ନିତୀନ ଗଡକରୀଙ୍କ କଥାକୁ ସମର୍ଥନ କରିଥିଲେ। ଭାରତରେ ଲଣ୍ଡନର ଟ୍ରାନ୍ସପୋର୍ଟ ମଡେଲ ଲାଗୁ କରାଯିବା ଉଚିତ୍ ବୋଲି ବରିଷ୍ଠ ଅଧିକାରୀମାନେ କହିଥିଲେ। ପ୍ରାଇଭେଟ-ପବ୍ଲିକ୍ ପାର୍ଟନରସିପ୍‌ ମଡେଲରେ ଏହା ଲାଗୁ କରାଯିବ।

ଗଡ଼କରୀ କହିଛନ୍ତି, ଏହି ନିୟମ ଭାରତରେ ଲାଗୁ କରାଗଲେ ବସର ଡ୍ରାଇଭର ପ୍ରାଇଭେଟ କମ୍ପାନୀର ରହିବେ ହେଲେ କଣ୍ଡକ୍ଟର କର୍ପୋରେସନ ଦ୍ବାରା ନିଯୁକ୍ତି ଦିଆଯିବ।ଲଣ୍ଡନ ମଡେଲ ଅନୁସାରେ ଦେଶରେ ଦେଶରେ ଇଲେକ୍ଟ୍ରି ବସ ଚାଲିବ।ଲଣ୍ଡନରେ ବସଗୁଡ଼ିକକୁ ପ୍ରାଇଭେଟ କମ୍ପାନୀ  ଓ ସରକାରୀ ଏଜେନ୍ସି ମିଶି ପବ୍ଲିକ ଟ୍ରାନ୍ସପୋର୍ଟର ପରିଚାଳନା କରିଥାନ୍ତି ବୋଲି ଗଡ଼କରୀ କହିଛନ୍ତି।

ଦେଶରେ ଲଣ୍ଡନ ମଡେଲ ଲାଗୁ ହେଲେ ଦେଶରେ ଯାତ୍ରୀ ପରିବହନ ଦକ୍ଷତା ବୃଦ୍ଧି ହେବ।ଦେଶରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନଗୁଡ଼କୁ ସରକାର ବ୍ୟାନ କରିବେ ନାହିଁ। ହେଲେ ଅତ୍ୟଧିକ ପ୍ରଦୂଷଣ ସାଧାରଣ ଯାତ୍ରୀ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛିବୋଲି କଡ଼କରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଦୂଷଣ ରୋକିବା ପାଇଁ ଆଗାମୀ ୨୦୨୦ ମସିହା ଭିତରେ ଉବେର କମ୍ପାନୀର ଗାଡିଗୁଡିକକୁ ହାଇବ୍ରିଡ୍‌ କିମ୍ବା ଇଲେକ୍ଟ୍ରି ଚାଳିତ କରିବା ପାଇଁ ନିର୍ଦେଶ ଦିଆଯାଇଛି।ଏକକାଳୀନ ସବୁଗାଡିକୁ ଇଲେକ୍ଟ୍ରି ଚାଳିତ କିମ୍ବା ହାଇଗ୍ରିଡ୍ କରିବା ପାଇଁ କୁହାଯାଇ ନାହିଁ। ବରଂ ଆଗାମୀ ତିନି ବର୍ଷରେ ଭିତରେ ୨୫ ପ୍ରତିଶତ ଗାଡିକୁ ହାଇବ୍ରିଡ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.