Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ

19/01/2021 at 4:08 PM

ବଲାଙ୍ଗୀର୧୯/୧: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ମଙ୍ଗଳବାର ଐତିହାସିକ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। କୋଭିଡ କଟକଣା ସତ୍ତ୍ବେ ଶୁଲିଆ ପୀଠରେ ପୁଣି ବଳି ପଡିଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥିସହ ୩ ମାଜିଷ୍ଟ୍ରେଟ୍ ସହ ୨  ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ଶହ ଶହ ପଶୁ ପକ୍ଷୀଙ୍କ ରକ୍ତରେ  ରକ୍ତରଞ୍ଜିତ  ହୋଇଛି ବଲାଙ୍ଗୀର ଖଇରଗୁଡ଼ାର ଶୁଲିଆ ପୀଠl ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯିବ ସହ କୋଭିଡ ଗାଇଡ ଲାଇନ ଅନୁସାରେ ସାମାଜିକା ଦୂରତା, ମାସ୍କ ବ୍ୟବହାର କରାଯାଇଛି। ସେପଟେ ସୁରକ୍ଷା ଦୃଷ୍ଟି କୋଣରୁ ୩ ମାଜିଷ୍ଟ୍ରେଟ, ୨ ପ୍ଳାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ କରାଯାଇଛିl

କୋରନା କଟକଣା ସତ୍ତ୍ବେ ଆଦିବାସୀଙ୍କ ଏହି ମହାନ ପରମ୍ପରା ଶୁଲିଆ ଯାତ୍ରାରେ ଦେଖିବାକୁ ମିଳିଛି ଭକ୍ତଙ୍କ ଗହଳିl କିଏ ମାନସିକ ନେଇ ତ କିଏ ମାନସିକ ପୂରଣ ହେବା ପରେ ଧାଇଁ ଆସିଛନ୍ତି ଭକ୍ତ l କେବଳ ବଲାଙ୍ଗୀର ଜିଲ୍ଲା ନୁହଁ ପଡୋଶୀ ନୂଆପଡ଼ା, ସୋନପୁର, ବରଗଡ, ମାଲକାନଗିରି, ଫୁଲବାଣୀ , କଳାହାଣ୍ଡି ସମେତ ଛତିଶଗଡ ଓ ଝାଡ଼ଖଣ୍ଡରୁ ଶୁଲିଆ ଯାତ୍ରା ଦେଖିବାକୁ ଆସିଛନ୍ତି ଭକ୍ତ lସେପଟେ ଶୁଲିଆ ପୀଠକୁ ଦର୍ଶନ କରିବାକୁ ଆସି ମାନସିକ ହିସାବରେ ମଣିଷ ସମାଜର କଲ୍ୟାଣ ହଉଲ୍ ଅଞ୍ଚଳର ବିକାଶ ହେଉ ବୋଲି କହିଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ରl

କେଉଁ ଆଦିମ କାଳରୁ ଶୁଲିଆ ପୀଠରେ ପାଳନ ହୋଇ ଆସୁଛି ଆଦିବାସୀଙ୍କ ଏହି ମହାନ୍ ପର୍ବl ପୌଷମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ ହୋଇଥାଏ। ପ୍ରଥମେ ଖଇରଗୁଡ଼ାର ଶୁଲିଆ ପୀଠରେ ମୁଖ୍ୟ ପୂଜକ ରୀତି ନୀତି ଅନୁସାରେ ପୂଜା କରି ଥାନ୍ତି l ପୂଜା ପରେ ପ୍ରଥମେ ଶୁଲିଆ ପୀଠରେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ଏକ ଧଳା ବୋଦାକୁ ବଳି ଦିଆଯାଇଥାଏ l କୋଭିଡ କଟକଣାକୁ ନଜରରେ ରଖି ପୀଠରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛି ପ୍ରଶାସନ l

   Related Posts