Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଅଜଣା ଗାଡି ଧକ୍କାରେ କିନ୍ନରଙ୍କ ମୃତ୍ୟୁ

9/08/2020 at 3:57 PM

ଦେବଗଡ଼୯/୮:  ଗାଡି ଧକ୍କାରେ ଜଣେ କିନ୍ନରଙ୍କ ମୃତ୍ୟୁ। ଦେବଗଡ ଥାନା ଅନ୍ତର୍ଗତ ୪୯ ନମ୍ବର କୋଲକାତା- ମୁମ୍ବାଇ ଜାତୀୟ ରାଜପଥର କୈଳାଶ ଛକ ନିକଟରେ ଗୋଟେ ଅଜଣା ଗାଡି ଧକ୍କାରେ ଜଣେ କିନ୍ନରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୁଗୁଡା ଗ୍ରାମର ଶୁଶୀଲ ସାହୁ ଓରଫ ଜିନା। ଲକଡାଉନ୍‌ ପରେ ଶୁଶୀଲ ଗତ ପ୍ରାୟ ତିନି ମାସ ହେଲା ଘରୁ ଚାଲି ଯାଇଥିଲେ। ଏଥିସହ ଯିବା ପରେ ସେ ଅନ୍ୟ କିନ୍ନରମାନଙ୍କ ସହ ରହିବା ସହ ମାଗିଯାଚି ଚଳୁଥିଲେ ।

ରବିବାର ସକାଳେ ସେ କୈଳାଶ ଅଞ୍ଚଳରେ ଚାଲୁଥିବା ଟ୍ରକଗୁଡିକରୁ ମାଗୁଥିବା ବେଳେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତାଙ୍କ ସାଥୀ କିନ୍ନରମାନେ ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପାଇଁ ଦାବି କରିଥିଲେ । ଖବରପାଇ ଦେବଗଡ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ମୃତ ଶୁଶୀଲ ଓରଫ ଜିନାଙ୍କ ସ୍ତ୍ରୀ ଓ ଦୁଇ ଜଣ ପୁଅ ଝିଅ ରହିଛନ୍ତି ।

   Related Posts