Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

୨୦ ବର୍ଷ ପରେ ପୁଣି ଥରେ ଦେଖିବାକୁ ମିଳିବ ସନ୍ନି ଓ ଅମିଷାଙ୍କ ଯୋଡି : ରିଲିଜ୍‌ ହେଲା ଗଦର-୨ର ପୋଷ୍ଟର…

16/10/2021 at 9:00 AM

ମୁମ୍ବାଇ ୧୬।୧୦ :  ୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍‌ କଥା’ ବ୍ଲକବଷ୍ଟର ଠାରୁ ହିଟ୍‌ ହୋଇଥିଲା। ଏବେ ୨୦ ବର୍ଷ ପରେ ପୁଣିଥରେ ଏହି ପ୍ରେମ କାହାଣୀକୁ ନେଇ ଆଗକୁ ବଢ଼ାଯିବ। ପୂର୍ବରୁ ଫିଲ୍ମର ସିକ୍ୱେଲ ବିଷୟରେ ଘୋଷଣା କରି ମୋଶନ ପୋଷ୍ଟର ରିଲିଜ୍‌ କରାଯାଇଛି। ଖୁବ୍‌ ଶୀଘ୍ର ହିଁ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏଥିରେ ଲିଡ୍‌ ରୋଲରେ ପୂର୍ବ ଭଳି ସନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ନଜର ଆସିବେ।

ଏନେଇ ସନି ଦେଓଲ ୧୪ ଅକ୍ଟୋବରରେ ସୋସିଆଲ ମିଡିଆରେ ଫ୍ୟାନ୍‌ମାନଙ୍କୁ କିଛି ସ୍ପେଶାଲ ଆନାଉନ୍ସମେଣ୍ଟ କରିବେ ବୋଲି ସୂଚନା ଦେଇଥିଲେ। ଶୁକ୍ରବାର ଦିନ ସନି ଦେଓଲ ଗଦର- ୨ର ମୋଶନ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହି ଫିଲ୍ମ ୨୦୨୨ରେ ରିଲିଜ୍‌ ହେବ। ଗଦରରେ କାହାଣୀ ଯେଉଁଠୁ ସରିଥିଲା, ସେଇଠୁ ହିଁ ସିକ୍ୱେଲର କାହାଣୀ ଆଗକୁ ଆରମ୍ଭ ହେବ।

ଫିଲ୍ମ ଗଦରକୁ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଲିଡ୍‌ ରୋଲରେ ଅମିଷା ଓ ସନିଙ୍କୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଥିଲେ। ଏବେ ୨୦ ବର୍ଷ ପରେ ପୁଣି ଥରେ ସିନେମା ହଲ୍‌ରେ ଏହି ଜୋଡ଼ି ଧୁମ୍‌ ମଚାଇବାକୁ ଆସୁଛି। ଫିଲ୍ମରେ ଉତ୍କର୍ଷ ଶର୍ମା, ସନି ଓ ଅମିଷାଙ୍କ ପୁଅର ଭୂମିକା ନିଭାଇଥିଲେ। ଫିଲ୍ମ ବିଷୟରେ ବାକି ସୂଚନା ସାମ୍ନାକୁ ଆସିନାହିଁ। .କାହାଣୀଟି ଶକ୍ତିମାନ ଲେଖିଥିବା ବେଳେ ମ୍ୟୁଜିକ୍‌ ମିଥୁନ କମ୍ପୋଜ୍‌ କରିବେ।ପୂର୍ବ ଭଳି ଗଦର ୨କୁ ଜି ଷ୍ଟୁଡିଓ ଓ ଅନିଲ ଶର୍ମା ପ୍ରଡ୍ୟୁସ୍‌ କରିବେ। ଏବେ ଯେମିତି ହିଁ ଗଦର ୨ର ଘୋଷଣା ହୋଇଛି, ଫ୍ୟାନ୍‌ମାନଙ୍କ ମଧ୍ୟରେ ପୁଣି ଥରେ ଖୁସିର ଲହରି ଖେଳି ଯାଇଛି। ଏହି ଡ୍ରାମାର ସିକ୍ୱେଲକୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି।

   Related Posts