ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

Published By : Prameya-News7 Bureau | September 02, 2020 IST

ଦିଗପହଣ୍ଡି୨/୯: ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଚକାତେନ୍ତୁଳି ଗ୍ରାମ ନିକଟସ୍ଥ ତାଳପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୁଧବାର ସକାଳୁ ଦିଗପହଣ୍ଡି ପୁଲିସ୍ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ହେଲେ ଦିଗପହଣ୍ଡି ଥାନା ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗ୍ରାମ ମଠପଛ ସାହିର ଦୁର୍ଯ୍ୟୋଧନ ମହାରଣାଙ୍କ ପୁଅ ରଜତ ମହାରଣା। ତାଙ୍କ ବୟସ ୨୮ ବର୍ଷ।

ପରିବାର ଲୋକଙ୍କ କହିବାନୁଯାୟୀ , ରଜତ ଗାଁରେ ରହି କାଠ କାମ କରନ୍ତି। ଗତ ଦୁଇଦିନ ହେଲା ଯୁବକ ଜଣଙ୍କ ଘରକୁ ଫେରିନଥିଲେ। ବୁଧବାର ସକାଳୁ ସ୍ଥାନୀୟ ଲୋକମାନେ ରଜତଙ୍କ ମୃତଦେହ ଗାଁ ନିକଟରେ ଥିବା ଏକ ଗଛରେ ଝୁଲୁଥିବା ଦେଖିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଏନେଇ ଦିଗପହଣ୍ଡି ଥାନା ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.