ଗଛ ମୂଳେ ସନ୍ତାନ ପ୍ରସବ କଲେ ମହିଳା, ମେଡିକାଲରେ ଆଡମିଶନ କରାଇନଥିଲେ ଡାକ୍ତର

Published By : Prameya-News7 Bureau | February 12, 2020 IST

ବାଂଶପାଳ ୧୨।୦୨:  ଦୁର୍ଗମ ଅଞ୍ଚଳରେ ଉନ୍ନତମାନର  ସ୍ୱାସ୍ଥ୍ୟ ସେବା ଯୋଗାଇବା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ଏହିସବୁ ଅର୍ଥର ଠିକ୍ ଭାବେ ବିନିଯୋଗ ହୋଇପାରୁନାହିଁ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁଶକଳା କାଦଡିହା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା ।

{"id":223505,"sizeSlug":"large"}

ମଙ୍ଗଳବାର ଦିନ କାଦଡିହା ଗାଁର ପୁର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ରଜନୀଙ୍କୁ ଗାଁର ଜଣେ ମହିଳା ବାଂଶପାଳ ମେଡିକାଲକୁ ନେଇଥିଲେ । କିନ୍ତୁ ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମା ଗୃହରେ ତାଙ୍କୁ ଆଡମିଟ କରାଯାଇ ନଥିଲା । ଯାହାଫଳରେ ରଜନୀ ସେଠାରୁ ଏକ ବସ ଯୋଗେ ଘରକୁ ଫେରି ଆସିଥିଲେ । ତେବବେ କୁଶକଳାରୁ ଘରକୁ ଚାଲି ଚାଲି ଫେରୁଥିବା ସମୟରେ ପୁଣିଥରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ମହିଳା ଜଣଙ୍କ ଏକ ଖୋଲା ପଡିଆର ଗଛ ମୂଳରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିଛି ସମୟ ପରେ  ଗ୍ରାମବାସୀ  ଆମ୍ବୁଲାନ୍ସ ସହାୟତେରେ ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ମା ଓ ଶିଶୁ କନ୍ୟାଟି ଏବେ ମେଡିକାଲର ମା’ ଗୃହରେ ଥିବା ଜଣାପଡିଛି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.