ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ମିଳିଲା ନାହିଁ ଜାଗା, ଦେଖନ୍ତୁ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାର ନଗ୍ନଚିତ୍ର...

Published By : Prameya-News7 Bureau | February 12, 2020 IST

ବାଂଶପାଳ୧୨/୨: ସରକାରଙ୍କ ଜନନୀ ସୁରକ୍ଷା ଯୋଜନାର ନଗ୍ନ ଚିତ୍ର। ରାସ୍ତା କଡ଼ ଗଛ ମୂଳରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା। ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ମିଳିଲା ନାହିଁ ଜାଗା। ମାତ୍ର ସରକାରଙ୍କ ମାଳମାଳ ଯୋଜନା କିନ୍ତୁ ଏଠି ଜଣେ ଗର୍ଭବତୀ ମହିଳା ଅସୁରକ୍ଷିତ। ଏଠି ପ୍ରଶ୍ନ ଉଠେ ସରକାରଙ୍କ ଜନନୀ ସୁରକ୍ଷା ଯୋଜନା ଗଲା ଗୁଆଡ଼େ। ଗଛ ମୂଳରେ ପ୍ରସବ କଲେ ମହିଳା।

wp:html /wp:html

ବାଂଶପାଳର କାଦଡିହ ଗାଁର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡା ଖୋଲାମେଲା ସ୍ଥାନରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ରଜନୀ ବାଂଶପାଳ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଜାଗା ନାହିଁ ବୋଲି ଡାକ୍ତରଖାନା କର୍ମଚାରୀ ମନା କରି ଦେଇଥିଲେ। ରଜନୀ ଫେରିବା ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ଗଛ ମୂଳରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.