Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

‘ଗଭୀର ମହାସାଗର ଅଭିଯାନ’କୁ କେନ୍ଦ୍ର କ୍ୟାବିନେଟ୍‌ର ମୋହର, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

17/06/2021 at 2:02 PM

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ)ର ପ୍ରସ୍ତାବିତ ‘ଗଭୀର ମହାସାଗର ଅଭିଯାନ’ ପାଇଁ ୪ ହଜାର ୭୭ କୋଟି ଟଙ୍କା ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍‌ ଯୋଗେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଭୀର ସମୁଦ୍ରରେ ଥିବା ସମ୍ବଳର ଅନ୍ୱେଷଣ କରିବା ପାଇଁ ଏବଂ ସମୁଦ୍ର ସମ୍ବଳର ସ୍ଥାୟୀ ଉପଯୋଗ କରିବା ନିମନ୍ତେ ଗଭୀର ସମୁଦ୍ର ଟେକ୍‌ନୋଲୋଜିକୁ ବିକଶିତ କରିବା ପାଇଁ ଏହି ଅଭିଯାନକୁ ମଞ୍ଜୁରୀ ଦିଆଯାଇଛି । ଏହି ପଦକ୍ଷେପ ନୀଳ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟକୁ ଅଧିକ ଲାଭଦାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାବ୍ୟତିତ ଚାଷୀଙ୍କ ପ୍ରତି ସମ୍ବେଦଶୀଳ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍‌ ସୁଲଭ ମୂଲ୍ୟରେ ସାରର ପର୍ଯ୍ୟାପ୍ତ ଉପଲବ୍ଧିକୁ ନିଶ୍ଚିତ କରିବାକୁ ୨୦୨୧-୨୨ ବର୍ଷ ପାଇଁ ଫସ୍‌ଫରସ୍‌ ଏବଂ ପୋଟାସ ସାର ପାଇଁ ପୁଷ୍ଟିକରଭିତ୍ତିକ ସବ୍‌ସିଡି ହାରକୁ ଦେଇଥିବା ଅନୁମୋଦନ ସ୍ୱାଗତଯୋଗ୍ୟ । ଚାଷୀ ସହଯୋଗୀ ଏହି ପଦକ୍ଷେପ ଦ୍ୱାରା ଚାଷୀଙ୍କ ଉତ୍ପାଦନ ମୂଲ୍ୟ ହ୍ରାସ ହେବ । ସେମାନଙ୍କ ସଂଚୟ ବଢ଼ିବା ସହ କୃଷି ଉତ୍ପାଦନ ସୁଦୃଢ଼ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

   Related Posts