କଳିଙ୍ଗ ଷ୍ଟାଡିୟମରେ ଗଗନ ନାରଙ୍ଗ ହାଇପରଫରମାନ୍ସ ସୁଟିଂ ରେଞ୍ଜ, ଖେଳାଳିଙ୍କୁ ଦିଆଯିବ ଟ୍ରେନିଂ

Published By : Prameya-News7 Bureau | November 04, 2020 IST

ଭୁବନେଶ୍ବର ୪/୧୧: ୧୪୦ କୋଟି ଟଙ୍କା ବ୍ୟୟରେ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଗଗନ ନାରଙ୍ଗ ହାଇପରଫରମାନ୍ସ ସୁଟିଂ ରେଞ୍ଜ । ଏହି ସେଣ୍ଟରରେ କେବଳ ୧୪ ବର୍ଷ ପର୍ଯ୍ୟନ୍ତ ଖେଳାଳିଙ୍କୁ ଟ୍ରେନିଂ ଦିଆଯିବ । ଲକ୍ଷ ୨୦୨୪, ୨୦୨୮ ଅଲିମ୍ପିକ । କିନ୍ତୁ ୨୦୧୦ରୁ କଳିଙ୍ଗ ଷ୍ଟାଡିୟମରେ ଥିବା ସୁଟିଙ୍ଗ ରେଞ୍ଜ ଓ ସେଠାରେ ଅଭ୍ୟାସ କରୁଥିବା ସୁଟରଙ୍କୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଗତ ଦୁଇବର୍ଷ ହେବ ରିନୋଭେସନ କାମ ଚାଲୁଥିବା କଥା କହି ଏହାକୁ  ବନ୍ଦ ରଖାଯାଇଛି । ତେଣୁ ଓଡିଶା ରାଇଫଲ ଆସୋସିଏସନ ଅଧୀନରେ ଥିବା ସୁଟରମାନେ ଏହି ସମୟ ମଧ୍ୟରେ ନା ଅଭ୍ୟାସ କରିଛନ୍ତି ନା କୌଣସି ଚାମ୍ପିଅନସିପରେ ଭାଗ ନେଇଛନ୍ତି । ଆଗକୁ କଣ ହେବ ସେ ନେଇ ଚିନ୍ତାରେ ସମସ୍ତେ ।

ଗଗନ ନାରଙ୍ଗ ହାଇପରଫରମାନ୍ସ ସୁଟିଂ ରେଞ୍ଜର ବ୍ୟବସ୍ଥାକୁ ନେଇ ଓଡିଶା ରାଇଫଲ ଆସୋସିଏସନର ସୁଟର ପ୍ରଶଂସା କରିଥିବା ବେଳେ, ନିଜର ଅଭ୍ୟାସକୁ ନେଇ ସନ୍ଦେହରେ । ସେପଟେ କିନ୍ତୁ ଏହି ସନ୍ଦେହକୁ ଦୂର କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଖେଳାଳିଙ୍କୁ ବିଚଳିତ ନହେବାକୁ ପରାମର୍ଶ ଦେବା ସହ ଏଣିକି ସେମାନେ କଳିଙ୍ଗ ଷ୍ଟାଡିୟମରେ ସୁଟିଂ ଅଭ୍ୟାସ କରିପାରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.