French Open 2020: ଇଗା ସ୍ବେଟେକ୍ ରଚିଲେ ଇତିହାସ, ଫାଇନାଲ୍‌ରେ ସୋଫିଆ କେନିନ୍‌ଙ୍କୁ ଦେଲେ ମାତ୍‌

Published By : Prameya-News7 Bureau | October 10, 2020 IST

ନୂଆଦିଲ୍ଲୀ ୧୦/୧୦: ପୋଲାଣ୍ଡର ୧୯ ବର୍ଷୀୟା ଟେନିସ୍‌ ଖେଳାଳି ଇଗା ସ୍ବେଟେକ୍ ରଚିଲେ ଇତିହାସ୍। ଅନୁଭବୀ ଖେଳାଳି ଆମେରିକାର ସୋଫିଆ କେନିନ୍‌ଙ୍କୁ ହରାଇ ରେକର୍ଡ ନିଜ ନାଁରେ କରିନେଇଛନ୍ତି ଇଗା। ଫ୍ରେନ୍ଚ ଓପନ୍‌ ମହିଳା ସିଙ୍ଗଲ୍ସ ଫାଇନାଲ୍‌ ନିଜ ନାଁରେ କରିନେଇଛନ୍ତି ଇଗା ସ୍ବେଟେକ୍।

ଇଗା ସ୍ବେଟେକ୍‌ଙ୍କ କ୍ୟାରିୟରର ଏହା ହେଉଛି ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍। ପୋଲାଣ୍ଡର ୧୯ ବର୍ଷୀୟା ଟେନିସ୍‌ ଖେଳାଳି ଇଗା ସ୍ବେଟେକ୍ ଫାଇନାଲ୍‌ରେ ସୋଫିଆ କେନିନ୍‌ଙ୍କୁ ୬-୪, ୬-୧ରେ ହରାଇ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍ ଜିଣିଛନ୍ତି।

wp:core-embed/twitter {"url":"https://twitter.com/rolandgarros/status/1314941502649298944","type":"rich","providerNameSlug":"twitter","className":""}
https://twitter.com/rolandgarros/status/1314941502649298944
/wp:core-embed/twitter

ପୋଲାଣ୍ଡର ପ୍ରଥମ ଖେଳାଳି ଭାବେ ସେ ଏହି ଟାଇଟଲ୍‌ ଜିଣିବାରେ ସଫଳ ହୋଇଛନ୍ତି। ୧୯୯୨ ପରେ ପ୍ରଥମ ଥର ସବୁଠୁ କମ୍‌ ବୟସର ମହିଳା ଖେଳାଳି ଭା​ବେ ଇଗା ସ୍ବେଟେକ୍ ଫ୍ରେନ୍ଚ ଓପନ୍‌ରେ ଚାମ୍ପିୟନ୍‌ ହୋଇପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.